ବ୍ରହ୍ମପୁର: ପ୍ରାଥମିକ ଶିକ୍ଷାକୁ ଆଗକୁ ନେବା ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ଅନେକ ପଦକ୍ଷେପ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଛତ୍ରପୁର ବ୍ଲକ କାଳୀପଲ୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡିଜିଟାଲ ଇକ୍ବାଲାଇଜର ସ୍ମାର୍ଟ କ୍ଲାସର ଶୁଭାରମ୍ଭ ହୋଇଛି । ଆମେରିକା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ବାରା ଏହାକୁ ଉଦଘାଟନ କରାଯାଇଛି ।
କୋରୋନା ସମୟରେ ଗଞ୍ଜାମ ଜିଲ୍ଲାରେ ପ୍ରସ୍ତୁତ ହୋଇଥିବା 'ମଧୁ ଆପ୍' ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ସହାୟକ ହୋଇପାରିଥିଲା । ଯାହାକୁ ନେଇ ଅନଲାଇନ ଶିକ୍ଷା ଦ୍ବାରା ପିଲାମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଘଟିଥିଲା । ଏହାକୁ ପାଥେୟ କରି ଏହି ଡିଜିଟାଲ କ୍ଲାସ ରୁମର ଉଦଘାଟନ କରାଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।