ଓଡିଶା

odisha

ETV Bharat / city

ସାବିତ୍ରୀ ବ୍ରତ ପାଇଁ ବ୍ରହ୍ମପୁରର ବିଭିନ୍ନ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା

ବ୍ରହ୍ମପୁର ସହରରେ ପାରମ୍ପରିକ ରୀତିନୀତିରେ ବିଭିନ୍ନ ମନ୍ଦିରରେ ଆୟୋଜିତ ହୋଇଯାଇଛି ସାବିତ୍ରୀ ବ୍ରତ ।

By

Published : Jun 3, 2019, 2:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ହିନ୍ଦୁ ଧର୍ମରେ ପ୍ରତ୍ୟେକ ବିବାହିତା ମହିଳା ପାଳନ କରିଥାନ୍ତି ସାବିତ୍ରୀ ବ୍ରତ । ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଅତ୍ୟନ୍ତ ନିଷ୍ଠାର ସହକାରେ ପାଳନ କରାଯାଇଥାଏ ଏହି ବ୍ରତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର


ତେବେ ବ୍ରହ୍ମପୁର ସହରରେ ପାରମ୍ପରିକ ରୀତିନୀତିରେ ବିଭିନ୍ନ ମନ୍ଦିରରେ ଆୟୋଜିତ ହୋଇଯାଇଛି ସାବିତ୍ରୀ ବ୍ରତ । ସହରର କୋର୍ଟପେଟା ଲକ୍ଷ୍ମୀ ନାରାୟଣ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ସାବିତ୍ରୀ ବ୍ରତ ପୂଜାରେ ଶତାଧିକ ମହିଳା ସାମିଲ ହେବା ସହ ନଡିଆ ,ଆମ୍ବ,ପଣସ ଭଳି ବିଭିନ୍ନ ପୂଜା ସାମଗ୍ରୀ ନେଇ ପୂଜାର୍ଚ୍ଚନା କରିଥିଲେ।

ତେବେ ବ୍ରହ୍ମପୁରରେ କିଭଳି ଚାଲିଛି ସାବିତ୍ରୀ ବ୍ରତ, ସେ ନେଇ ସହରର କିଛି ମହିଳାଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details