ଓଡିଶା

odisha

ETV Bharat / city

ବନ୍ଧୁକ ମୁନରେ ୬ ଲକ୍ଷ ଲୁଟ୍, ଛାନଭିନ୍ ଆରମ୍ଭ

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ସ୍କୁଲ ନିକଟରୁ ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ । ଅଧିକ ପଢନ୍ତୁ...

ବନ୍ଧୁକ ମୁନରେ ୬ ଲକ୍ଷ ଲୁଟ୍, ଛାନଭିନ୍ ଆରମ୍ଭ
ବନ୍ଧୁକ ମୁନରେ ୬ ଲକ୍ଷ ଲୁଟ୍, ଛାନଭିନ୍ ଆରମ୍ଭ

By

Published : Dec 28, 2020, 5:21 PM IST

ବ୍ରହ୍ମପୁର: ଦିନ ଦ୍ବିପ୍ରହରରେ ଲୁଟ । ବନ୍ଧୁକ ମୁନରେ 6 ଲକ୍ଷ ଲୁଟି ନେଲେ ଦୁବୃର୍ତ୍ତ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ସ୍କୁଲ ନିକଟରେ ଏହି ଲୁଟ ଘଟଣା ଘଟିଛି। ସ୍ୱସ୍ତି ରିସର୍ଟର ତିନି ଜଣ କର୍ମଚାରୀ ଗୋଟିଏ କାରରେ ଛଅ ଲକ୍ଷ ଟଙ୍କା ନେଇ ବ୍ୟାଙ୍କ ଯାଉଥିବାବେଳେ ଏହି କାଣ୍ଡ ଭିଆଇଛନ୍ତି ଦୁବୃର୍ତ୍ତ। ମୁକ୍ତେଶ୍ଵର ମନ୍ଦିର ନିକଟରେ କଳା ପଲସରରେ ଆସି ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଖଲ୍ଲିକୋଟ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଗତ ଦୁଇ ଦିନ ତଳେ ମଧ୍ୟ ବ୍ରହ୍ମପୁରର ସାମ୍ବାଦିକଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲୁଟ ହୋଇଥିଲା।

ଗତ କିଛି ଦିନ ଧରି ଖଲ୍ଲିକୋଟ ଥାନା ଅଞ୍ଚଳରେ ଲୁଟକୁ ନେଇ ସମସ୍ତେ ଆତଙ୍କିତ ଥିବା ଦେଖିବାକୁ ମିଳିଛି। ଏହି ସମସ୍ତ ଘଟଣାର ପର୍ଦ୍ଦାଫାଶ ପାଇଁ ଛତ୍ରପୁର ଏସଡିପିଓକୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିବା ଜଣାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details