ବ୍ରହ୍ମପୁର:ଉଚ୍ଚତମ ଇ-ଆବର୍ଜନା ରୋବୋ ପାଇଲା ଏସିଆ ବୁକ୍ ଅଫ୍ ରେକର୍ଡ । ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ଇ- ବଜ୍ୟବସ୍ତୁ ମାଧ୍ୟମରେ ନିର୍ମିତ ହୋଇଥିବା ଇ- ରୋବୋ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ଏହି ରୋବୋଟଟି ୨୦୨୧ ନଭେମ୍ବର ୨ରେ ଉଦଘାଟିତ ହୋଇଥିଲା ।
ଗତ ଜାନୁଆରୀ ୧୩ ତାରିଖରେ ଏସିଆ ବୁକ୍ ଅଫ୍ ରେକର୍ଡ ପାଇବାରେ ସକ୍ଷମ ହୋଇଛି । ଏହି ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଇ-ୱେଷ୍ଟ ରୋବୋ ଦେଶର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଭାବେ ରେକର୍ଡ ହାସଲ କରିଛି ବୋଲି ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହାର ନିର୍ମାଣ ନିମନ୍ତେ ୩୦ ଟନ ଇ- ବର୍ଜ୍ୟବସ୍ତୁ ବ୍ୟବହୃତ ହୋଇଥିଲା । ଏହାକୁ ଅନୁଷ୍ଠାନର ଇଲେକ୍ଟ୍ରିସିଆନ, ଇଲେକ୍ଟ୍ରୋନିକ୍ସ ଓ ପେଣ୍ଟର ବିବାଗ ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମାଣ କରାଯାଇଛି ।