ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ପଥରା ଓ କଳିଙ୍ଗ ବିହାର ଛକରେ ଚୋରି ଓ ଡକାୟତ କରି ଆସୁଥିବା ଏକ ଗ୍ୟାଙ୍ଗର ଚାରି ଜଣ ଡକାୟତଙ୍କୁ କାବୁ କରିଛି ପୋଲିସ । ଏମାନେ ବିଭିନ୍ନ ମାରଣାସ୍ତ୍ର ଧରି ଗତକାଲି ମଧ୍ୟରାତ୍ରରେ କୌଣସି ସ୍ଥାନରେ ଡକାୟତ କରିବାକୁ ଯୋଜନା କରୁଥିଲେ । ସେହି ସମୟରେ ଗୋପାଳପୁର ପୋଲିସ ଚଢ଼ଉ କରି ଗ୍ୟାଙ୍ଗର ଚାରି ଜଣ ସଦସ୍ୟଙ୍କୁ ଗିରଫ କରିଛି । ଏହାସହିତ ସେମାନଙ୍କ ନିକଟରୁ ଦୁଇଟି ଜୀବନ୍ତ ବୋମା ସମେତ ଦୁଇଟି ଖଣ୍ଡା, ଦୁଇଟି ଲୁହା ରଡ ଓ ବିଭିନ୍ନ ପ୍ରକାର ମାରଣାସ୍ତ୍ରକୁ ଜବତ କରିଛି ପୋଲିସ ।
ଡକାୟତ ଗ୍ୟାଙ୍କ୍କୁ କାବୁ କଲା ପୋଲିସ, ବିପୁଳ ପରିମାଣର ସୁନା ଅଳଙ୍କାର ଜବତ - ବ୍ରହ୍ମପୁରରେ ଡକାୟତି
ବ୍ରହ୍ମପୁର ସହର ସମେତ ଗୋପାଳପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ଚୋରି ଓ ଡକାୟତ କରି ଆସୁଥିବା ଏକ ଗ୍ୟାଙ୍ଗର ଚାରି ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଗୋପାଳପୁର ଥାନା ପୋଲିସ । ଅଧିକ ପଢ଼ନ୍ତୁ
ଏପରିକି ଏହି ଗ୍ୟାଙ୍ଗ ନିକଟରୁ ସୁନା ଚେନ୍, ମୁଦି, ହାର ଭଳି ପ୍ରାୟ ୨୩୫ ଗ୍ରାମ ଓଜନର ସୁନା ଅଳଙ୍କାର ସମେତ ୬୦ ଗ୍ରାମ ଓଜନର ରୂପା ଅଳଙ୍କାରକୁ ପୋଲିସ ଜବତ କରିଛି । ଗତ ଚାରି ମାସ ମଧ୍ୟରେ ସହରର ଅନେକ ଚୋରି ଘଟଣାରେ ଏମାନେ ସାମିଲ ରହିଥିବା ପୋଲିସ ନିକଟରେ ସ୍ୱୀକାର କରିଛନ୍ତି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଲିପଡା ଅଞ୍ଚଳର ଟୁନା ପାତ୍ର, ଗଣେଷ ପାତ୍ର, ଟି.ବିଶୁ ସମେତ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ବାଉରୀ ସୁକୁଣ୍ଡା ଅଞ୍ଚଳର କେ.ପ୍ରକାଶ ବୋଲି ଜଣାଯାଇଛି । ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ