ବ୍ରହ୍ମପୁର: ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ବ ନିରୀକ୍ଷକ । ଏକ ବିବାଦୀୟ ଜମିର ସୀମା ନିର୍ଦ୍ଧାରଣ କରିବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ବ ନିରୀକ୍ଷକ ।
ଗଞ୍ଜାମ ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଭୀଷ୍ମଗିରି ରାଜସ୍ବ ନିରୀକ୍ଷକ ଏ ଶ୍ରୀକାନ୍ତ ଦୋରାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଭୀଷ୍ଣଗିରି ଅଞ୍ଚଳର ସୁବାସ ଚନ୍ଦ୍ର ପଣ୍ଡା ଙ୍କ ଠାରୁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆରଆଇ । ଲାଞ୍ଚ ନେଉଥିବା ଅଭିଯୋଗରେ ପୂର୍ବରୁ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଲୁଚି ରହିଥିଲେ , ଆଉ ଘଟଣାସ୍ଥଳରେ ଆର.ଇଙ୍କୁ ଧରିବା ସହିତ ତାଙ୍କ ପ୍ୟାଣ୍ଟର ବାମ ପାଶ୍ବପକେଟରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି ।