ଓଡିଶା

odisha

ଜିଲ୍ଲାସ୍ତରୀୟ 'ନିର୍ଭୟାକଢୀ' ଏବଂ 'ମୋ ଗେଲ୍ଲା ଝିଅ' କାର୍ଯ୍ୟକ୍ରମର ସମୀକ୍ଷା

By

Published : Jan 22, 2021, 10:49 PM IST

ଜିଲ୍ଲାସ୍ତରୀୟ ନିର୍ଭୟାକଢୀ ଏବଂ ମୋ ଗେଲ୍ଲା ଝିଅ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଆସନ୍ତା 6 ମାସ ମଧ୍ୟରେ ସମସ୍ତ ଗ୍ରାମଞ୍ଚଳ ଓ ସହରାଞ୍ଚଳକୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଲକ୍ଷ୍ୟ ରଖିବାକୁ ବୈଠକରେ ଆହ୍ବାନ । ଅଧିକ ପଢନ୍ତୁ...

ଜିଲ୍ଲାସ୍ତରୀୟ 'ନିର୍ଭୟାକଢୀ' ଏବଂ 'ମୋ ଗେଲ୍ଲା ଝିଅ' କାର୍ଯ୍ୟକ୍ରମର ସମୀକ୍ଷା
ଜିଲ୍ଲାସ୍ତରୀୟ 'ନିର୍ଭୟାକଢୀ' ଏବଂ 'ମୋ ଗେଲ୍ଲା ଝିଅ' କାର୍ଯ୍ୟକ୍ରମର ସମୀକ୍ଷା

ବ୍ରହ୍ମପୁର: ଜିଲ୍ଲାସ୍ତରୀୟ ନିର୍ଭୟାକଢୀ ଏବଂ ମୋ ଗେଲ୍ଲା ଝିଅ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର ୧ ହଜାର ୩୨ଟି ଗ୍ରାମ ସହ ୧୪୦ଟି ସହରାଞ୍ଚଳର ୱାର୍ଡକୁ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି । ତେବେ ଏହି ସଂଖ୍ୟାକୁ ବୃଦ୍ଧି କରି ଆସନ୍ତା ୬ ମାସ ମଧ୍ୟରେ ସମସ୍ତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳକୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ସମସ୍ତେ ଲକ୍ଷ୍ୟ ରଖିବାକୁ ବୈଠକରେ ଆହ୍ୱାନ ଦିଆଯାଇଛି ।

ଜିଲ୍ଲାସ୍ତରୀୟ 'ନିର୍ଭୟାକଢୀ' ଏବଂ 'ମୋ ଗେଲ୍ଲା ଝିଅ' କାର୍ଯ୍ୟକ୍ରମର ସମୀକ୍ଷା

ଏହି ଅବସରରେ ପ୍ରତ୍ୟେକ ମାସର ୧୪ ତାରିଖକୁ ମୋ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବୈଠକରେ ସ୍ଥିର ହୋଇଛି । ଏଥିସହ ଜିଲ୍ଲାରେ ଭୃଣହତ୍ୟା ରୋକିବା ଉପରେ ଅଧିକ ଗୁରୁତ୍ୱ ଦେବା, ଶିଶୁ କନ୍ୟା ଏବଂ ପୁତ୍ର ସନ୍ତାନର ଜନ୍ମହାର ସମତୁଲ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ଏହି ବୈଠକରେ ବ୍ରହ୍ମପୁର ଉପଜିଲ୍ଲପାଳ ଭି.କିର୍ତ୍ତୀ ଭାଶନଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details