ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାବ୍ୟାପୀ ପରିକ୍ରମା କରୁଛି ରାଜସ୍ବ ରଥ । ବିଭିନ୍ନ ଗ୍ରାମକୁ ପରିକ୍ରମା କରି ସାଧାରଣ ଲୋକଙ୍କ ଦ୍ବାର ନିକଟରେ ପହଞ୍ଚାଯାଉଛି ବିଭିନ୍ନ ସେବା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍ ମହାମାରୀ ସମୟରେ ଜନସାଧାରଣଙ୍କ ହାତପାଆନ୍ତରେ ବିଭିନ୍ନ ରାଜସ୍ବ ସେବା ଯୋଗାଇ ଦେବାକୁ କୁକୁଡାଖଣ୍ଡି ତହସିଲ ପକ୍ଷରୁ ରାଜସ୍ବ ରଥ ଆରମ୍ଭ ହୋଇଛି ।
22 ପଞ୍ଚାୟତ ବିଶିଷ୍ଟ ଏହି ତହସିଲରେ ଆସନ୍ତା ୩୧ ତାରିଖ ଯାଏଁ ଏହି ରଥ ବିଭିନ୍ନ ଗ୍ରାମ ପରିକ୍ରମା କରିବ l ରାଜସ୍ୱ ରଥ ମାଧ୍ୟମରେ ଦକ୍ଷିଣପୁର ଏବଂ ଲାଞ୍ଜିଆ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବୁଲି କିସମ ପରିବର୍ତ୍ତନ ପଟ୍ଟା ଏବଂ ଆୟ, ଜାତି ତଥା ଉତ୍ତରାଧିକାରୀ ପ୍ରମାଣପତ୍ର ଲୋକଙ୍କ ଦ୍ୱାରମୁହଁରେ ଯୋଗାଇ ଦିଆଯାଇଛି । ରାଜସ୍ବ ରଥକୁ ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଏବଂ ଅତିରିକ୍ତ ତହସିଲଦାର ଗୋଲୋକ ବିହାରୀ ସାହାଣୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ସେହିପରି ବ୍ରହ୍ମପୁର ଉପକଣ୍ଠ ଦିଗପହଣ୍ଡିରେ ରାଜସ୍ବ ରଥକୁ ଶୁଭାରମ୍ଭ କରିଛନ୍ତି ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ l ଏହି ପରିପ୍ରେକ୍ଷୀରେ ରଥଟି ପ୍ରଥମ ଦିନରେ ଦିଗପହଣ୍ଡି ବ୍ଲକର ଅଙ୍କୋରଡା ପଂଚାୟତର ବିଭିନ୍ନ ଅଞ୍ଚଳ ବୁଲିଛି l