ଓଡିଶା

odisha

ETV Bharat / city

କପିଳାସ ଆସିଲା ବାହୁଦା ନଦୀରୁ ଉଦ୍ଧାର ହାତୀଛୁଆ

କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ପହଞ୍ଚିଲା ବାହୁଦା ନଦୀରୁ ଉଦ୍ଧାର ହାତୀଛୁଆ । ଅଧିକ ପଢନ୍ତୁ...

By

Published : Jan 1, 2021, 8:06 AM IST

ହାତୀଛୁଆ
ହାତୀଛୁଆ

ବ୍ରହ୍ମପୁର/ଢେଙ୍କାନାଳ: ନୂଆବର୍ଷ 2021 ପାଇଁ ନୂଆ ଅତିଥି । କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ପହଞ୍ଚିଲା ବାହୁଦା ନଦୀରୁ ଉଦ୍ଧାର ହାତୀଛୁଆ । ବ୍ରହ୍ମପୁର ବନଖଣ୍ଡର ବାହୁଦା ନଦୀରୁ ଉଦ୍ଧାର ହୋଇଥିବା ଏହି ହାତୀଛୁଆ ଗୁରୁବାର କପିଳାସରେ ପହଞ୍ଚିଛି ।

ହାତୀଛୁଆ

ହାତୀ ଛୁଆର ବୟସ ମାତ୍ର ତିନି ମାସ ହୋଇଥିବାବେଳେ ସ୍ବତନ୍ତ୍ର ଗାଡିରେ ସେ କପିଳାସରେ ପହଞ୍ଚିଛି। ହାତୀଛୁଆକୁ ଛାଡିବା ପାଇଁ ବ୍ରହ୍ମପୁରରୁ ବନ କର୍ମଚାରୀ ଓ ଚିକିତ୍ସକଙ୍କ ଏକ ଟିମ୍‌ ମଧ୍ୟ ଆସିଛି । ହାତୀ ଛୁଆଟି ବାହାରୁ ଆସିଥିବାରୁ ତାକୁ ପ୍ରଥମେ କିଛି ଦିନ ସଙ୍ଗରୋଧରେ ରଖାଯିବ ।

ରକ୍ତ ପରୀକ୍ଷା ସହ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ସେହିପରି ତାର ଖାଇବା ଓ ଶୀତ ଦାଉରୁ ରଖା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏପରିକି ଏହି ହାତୀ ଛୁଆ ପାଇଁ ଜଣେ ସ୍ଵତନ୍ତ୍ର ଡାକ୍ତର ଓ କର୍ମଚାରୀ ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ।

ନୂଆ ହାତୀଛୁଆକୁ ମିଶାଇ ହାତୀ ଉଦ୍ଧାର କେନ୍ଦ୍ରରେ ଛୋଟ ହାତୀ ସଂଖ୍ୟା 5ରେ ପହଞ୍ଚିଛି । ପୂର୍ବରୁ ଏଠାରେ ଚନ୍ଦୁ, କାର୍ତ୍ତିକ, ଉମା ଓ ହିରୋ ନାମକ 4ଟି ହାତୀ ଛୁଆ ରହୁଥିଲେ । ସୂଚନାଥାଉକି, ବ୍ରହ୍ମପୁର ବନଖଣ୍ଡ ବାହୁଦା ନଦୀରୁ ସ୍ଥାନୀୟ ଲୋକେ ଏକ ହାତୀଛୁଆକୁ ଉଦ୍ଧାର କରିଥିଲେ । ତେବେ ହାତୀପଲ ସହ ଆସିଥିବା ଏହି ଛୁଆହାତୀକୁ ଆଉ ହାତୀପଲ ସାଙ୍ଗରେ ନେଇନଥିଲେ । ଯାହାକୁ ବନବିଭାଗ ଉଦ୍ଧାର କରି କପିଳାସ ପଠାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର ଓ ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details