ବ୍ରହ୍ମପୁର : ବାତ୍ୟା ୟସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ । ବାଲେଶ୍ବରକୁ ବ୍ରହ୍ମପୁର ସହରରୁ କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଯାଇଛି ଶୁଖିଲା ଖାଦ୍ୟ ସାମଗ୍ରୀ । ଚୁଡା, ଗୁଡ ଠାରୁ ଆରମ୍ଭ କରି ବିସ୍କୁଟ ଭଳି ବିଭିନ୍ନ ଶୁଖିଲା ଖାଦ୍ୟକୁ ମହାନଗର ନିଗମ ପକ୍ଷରୁ ପଠାଯାଇଛି ।
ବ୍ରହ୍ମପୁରରୁ ବାତ୍ୟା ବିପନ୍ନଙ୍କୁ ପଠାଗଲା ଶୁଖିଲା ଖାଦ୍ୟ - ବାତ୍ୟା ବିପନ୍ନ
ବ୍ରହ୍ମପୁର ସହରରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଗଲା ଶୁଖିଲା ଖାଦ୍ୟ ରିଲଫ୍ ସାମଗ୍ରୀ । ଅଧିକ ପଢନ୍ତୁ..
ବ୍ରହ୍ମପୁରରୁ ବାତ୍ୟା ବିପନ୍ନଙ୍କୁ ପଠାଗଲା ଶୁଖିଲା ଖାଦ୍ୟ
ଏଥିପାଇଁ ବ୍ରହ୍ମପୁରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ପ୍ରସ୍ତୁତ ରିଲିଫ୍ ସାମଗ୍ରୀ ପକେଟକୁ ଯୁଦ୍ଧ କାଳୀନ ଭିତ୍ତିରେ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ପକେଟ ରେ ୧୫୦୦ ଗ୍ରାମ ଚୁଡା ସହିତ , ଗୁଡ ଅଧ କିଲୋ, ବିସ୍କୁଟ ଏବଂ କ୍ୟାଣ୍ଡେଲ , ଡିଆସିଲି ପକେଟ ଏବଂ ପାନୀୟ ଜଳ ଆଦି ରହିଛି । ଏଭଳି ଦୁଇ ହଜାର ସ୍ବତନ୍ତ୍ର ପକେଟ କରି ପଠାଯାଇଛି । ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ଉପସ୍ଥିତିରେ ଏହି ପକେଟକୁ ପ୍ରସ୍ତୁତ କରାଯାଇଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ