ଓଡିଶା

odisha

ETV Bharat / city

ସାନଖେମୁଣ୍ଡିର ଶାନ୍ତି ପାଇଁ ପ୍ରତିଶୃତି: ନନ୍ଦିନୀ ଦେବୀ

ବିଗତ 5 ବର୍ଷ ହେବ ସାନଖେମୁଣ୍ଡିରେ ଶାନ୍ତି ଫେରିଆସିବା ସହ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ କମିଛି । ଏହାସହ ସାଧାରଣଜନତା ରାଜ୍ୟ ସରକାରଙ୍କ ବିକାଶ ପଥରେ ଅଗ୍ରସର ହେଉଛନ୍ତି । ଇଟିଭି ଭାରତର ନେତାଙ୍କୁ 5ଟି ପ୍ରଶ୍ନର ଉତ୍ତରେ କହିଛନ୍ତି ସାନଖେମୁଣ୍ଡି ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ଥାନୀୟ ବିଧାୟିକା ନନ୍ଦିନୀ ଦେବୀ ।

By

Published : Apr 7, 2019, 12:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁର: ନିର୍ବାଚନୀ ତାରିଖ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ପାରଦ ବଢି ଚାଲିଛି । ପ୍ରଥମେ କିଏ ଟିକେଟ ପାଇବ ତାକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଟିକେଟ ପାଇବା ପରେ କାହାର ହେବ ଶାସନର ହଟସିଟ ସେ ନେଇ ଚର୍ଚ୍ଚା । ତେବେ ସାଧାରଣ ନିର୍ବାଚନାକୁ ଆଉ ହାତଗଣତି କେତୋଟି ଦିନ ବାକି ଥିବା ବେଳେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଜମିଲାଣି ନିର୍ବାଚନୀ ମାହୋଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ସାନଖେମୁଣ୍ଡି ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ଥାନୀୟ ବିଧାୟିକା ନନ୍ଦିନୀ ଦେବୀ ଜିଲ୍ଲାର ଉନ୍ନତୀ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହାସହ ଜିଲ୍ଲାରେ ପଡିରହିଥିବା ସବୁ ଅଧା କାମକୁ ପୂରା କରିବେ ବୋଲି ସେ ସଙ୍କଳ୍ପ ନେଇଛନ୍ତି । ଇଟିଭି ଭାରତର ନେତାଙ୍କୁ 5ଟି ପ୍ରଶ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଏହି କଥା କହିଛନ୍ତି ।

ତେବେ ସାନଖେମୁଣ୍ଡିରେ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସ୍ଥାନୀୟ ବିଧାୟିକା ନନ୍ଦିନୀ ଦେବୀ । ତେବେ ବିଗତ 5 ବର୍ଷ ହେବ ସାନଖେମୁଣ୍ଡିରେ ଶାନ୍ତି ଫେରିଆସିବା ସହ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ କମ ରହିଛି । ଏହାସହ ସାଧାରଣ ଜନତା ରାଜ୍ୟ ସରକାରଙ୍କ ବିକାଶ ପଥରେ ଅଗ୍ରସର ହେଉଥିବା ସେ କହିଛନ୍ତି ।

ଅଧିକ ପଢନ୍ତୁ: ରାଜ୍ୟ ବିଜେପି ପ୍ରକାଶ କଲା ନିର୍ବାଚନ ଇସ୍ତାହାର

ଚଳିତ ଥର ବିଧାୟିକାଙ୍କ ସହ ବିଜେପିରୁ ବିଜୟ କୁମାର ସ୍ବାଇଁ କଂଗ୍ରେସରୁ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ପ୍ରାର୍ଥୀ ହୋଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ପାଞ୍ଚ ଜଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ସାନଖେମୁଣ୍ଡି ଆସନରେ ଯଦି ପୁଣିଥରେ ସ୍ଥାନୀୟ ବିଧାୟିକା ନନ୍ଦିନୀ ଦେବୀ ବିଜୟୀ ହୁଅନ୍ତି ତାହା ହେଲେ ଗତ ପାଞ୍ଚ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ହାତକୁ ନେବେ । ଏହାସହ ନିର୍ବାଚନୀ ମଣ୍ଡଳୀରେ ସର୍ବାଙ୍ଗୀନ ବିକାଶ ପାଇଁ ସହ ଆହୁରି ଅନେକ କାର୍ଯ୍ୟ କରାଯିବାକୁ ଯୋଜନା ରହିଥିବା ସେ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details