ଓଡିଶା

odisha

ETV Bharat / city

ହୋଲିକୁ ନେଇ ବ୍ରହ୍ମପୁର ପୋଲିସର ସତର୍କତା ଜାରି, ଶୁଣନ୍ତୁ କଣ କହୁଛନ୍ତି ଏସ୍‌ପି... - berhampur sp

ଆଜି ପବିତ୍ର ହୋଲି ଉତ୍ସବ । ଏହି ଅବସରରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଜାରି କରାଯାଇଛି ବିଭିନ୍ନ ସତର୍କ ସୂଚନା । ଜାଣନ୍ତୁ କଣ କରିବେ, କଣ କରିବେ ନାହିଁ ।

berhampur sp
ହୋଲିକୁ ନେଇ ବ୍ରହ୍ମପୁର ପୋଲିସର ସତର୍କତା ଜାରି, ଶୁଣନ୍ତୁ କଣ କହୁଛନ୍ତି ଏସ୍‌ପି

By

Published : Mar 10, 2020, 7:47 AM IST

Updated : Mar 10, 2020, 9:55 AM IST

ବ୍ରହ୍ମପୁର: ପବିତ୍ର ହୋଲି ଉତ୍ସବକୁ ସୁରକ୍ଷିତ ଭାବରେ ପାଳନ କରିବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଜାରି କରାଯାଇଛି ବିଭିନ୍ନ ସତର୍କ ସୂଚନା । ପାରମ୍ପରିକ ଜୈବିକ ରଙ୍ଗ ବ୍ୟବହାର କରିବା ସହ ରାସାୟନିକ ରଙ୍ଗକୁ ବ୍ୟବହାର ନ କରିବାକୁ ସୂଚନା ଦିଆଯାଇଛି ।

ହୋଲିକୁ ନେଇ ବ୍ରହ୍ମପୁର ପୋଲିସର ସତର୍କତା ଜାରି, ଶୁଣନ୍ତୁ କଣ କହୁଛନ୍ତି ଏସ୍‌ପି...

ସେହିପରି ନିଜ ସମ୍ପର୍କୀୟଙ୍କ ସହ ହୋଲିର ମଜା ନିଅନ୍ତୁ, କୌଣସି ଅଚିହ୍ନା ଲୋକଙ୍କୁ ରଙ୍ଗ ଲଗାନ୍ତୁ ନାହିଁ । ଅନ୍ୟ ଧର୍ମାବଲମ୍ବୀ ଭାଇ ମାନଙ୍କ ଧର୍ମୀୟ ଭାବନାକୁ ସମ୍ମାନ ଦେବା ସହ କୌଣସି ପରିସ୍ଥିତିରେ ସେମାନଙ୍କ ଧର୍ମୀୟ ଭାବନାକୁ ଆଘାତ ନ ଦେବାକୁ କୁହାଯାଇଛି ।

ହୋଲିକୁ ନେଇ ବ୍ରହ୍ମପୁର ପୋଲିସର ସତର୍କତା ଜାରି, ଶୁଣନ୍ତୁ କଣ କହୁଛନ୍ତି ଏସ୍‌ପି

ଏପରିକି ସରକାରୀ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ବିଶେଷଙ୍କୁ ରଙ୍ଗ ଲଗାନ୍ତୁ ନାହିଁ ତଥା ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ସହାୟତା କରିବା, କୌଣସି ସରକାରୀ କୋଠାବାଡିରେ ରଙ୍ଗ ଲଗାଇ ବିକୃତ ନକରିବା ସହ ହୋଲି ପାଳନ ସମୟରେ ଡିଜେ ଅଧିକ ସାଉଣ୍ଡରେ ନ ବଜାଇବା, ରୋଗୀଙ୍କୁ ଅସୁବିଧାରେ ନପକାଇବା ଏବଂ ହୋଲି ପାଳନ ବାହାନାରେ ରାସ୍ତାଘାଟ, ଛକ ଭଳି ସ୍ଥାନରେ ଯେପରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ନହେବ, ସେଥିପ୍ରତି ଦୃଷ୍ଟି ଦିଆଯିବା ସହ ମଦପିଇ ଗାଡି ନ ଚଲାଇବାକୁ କୁହାଯାଇଛି ।

ହୋଲିକୁ ନେଇ ବ୍ରହ୍ମପୁର ପୋଲିସର ସତର୍କତା ଜାରି, ଶୁଣନ୍ତୁ କଣ କହୁଛନ୍ତି ଏସ୍‌ପି

ଏହା ସହିତ ହୋଲି ପାଳନ ସମୟରେ କୌଣସି ମହିଳାଙ୍କ ପ୍ରତି ଖରାପ ବ୍ୟବହାର କେହି ବି ନ କରନ୍ତି, ମଦ୍ୟପାନ କରି ଜଳାଶ୍ରୟ, ନଦୀ କିମ୍ବା ସମୁଦ୍ର ମଧ୍ୟରେ ସ୍ନାନ କରିବାକୁ ବାରଣ କରାଯିବା ସହ କୌଣସି ପରିସ୍ଥିତିରେ ଆଇନକୁ ହାତକୁ ନ ନେବା ପାଇଁ ପରାମର୍ଶ ଦିଆଯାଇଛି । ଗୋପାଳପୁର ସମୁଦ୍ରରେ ମଧ୍ୟ ସର୍ତକ ଦୃଷ୍ଟି ରଖାଯାଇଥିବା ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 10, 2020, 9:55 AM IST

ABOUT THE AUTHOR

...view details