ବ୍ରହ୍ମପୁର: ଗଞ୍ଜାମ ଉପକୂଳରେ ପୁଣି ଥରେ ଦେଖିବାକୁ ମିଳିଲା ବିରଳ ହ୍ବେଲ ସାର୍କ ମାଛ । ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସୋନପୁର ବେଳାଭୂମି କୂଳକୁ କୌଣସି କାରଣରୁ ଆସିଯାଇଥିବା ବିଶାଳକାୟ ବିରଳ ହ୍ବେଲ ସାର୍କ ମାଛକୁ ବନବିଭାଗ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ପୁଣି ସମୁଦ୍ର ପାଣିରେ ଛଡାଯାଇଛି ।
ଗୁରୁବାର ମାଛଟି କୌଣସି ବଡ ଲହଡିରେ ଭାସି ଭାସି କୂଳକୁ ଆସିଯାଇଥିଲା । ସ୍ଥାନୀୟ ଲୋକେ ବିଶାଳକାୟ ମାଛଟିକୁ ଦେଖିବା ପରେ ମାଛଟିକୁ ସୁରକ୍ଷିତ ଭାବରେ ପାଣିକୁ ଛାଡିବା ପାଇଁ ଉଦ୍ୟମ ଜାରି ରଖିବା ସହିତ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଅଧିକାରୀ ପହଞ୍ଚି ମାଛଟିକୁ ସୁରକ୍ଷିତ ଭାବେ ସମୁଦ୍ର ପାଣିକୁ ଛାଡିଛନ୍ତି ।