ଓଡିଶା

odisha

ETV Bharat / city

ଗଞ୍ଜାମରେ ବେଆଇନ କରତ କଳ ଉପରେ ଚଢାଉ - ବ୍ରହ୍ମପୁର ଖବର

ବ୍ରହ୍ମପୁର ଡିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ମର୍ଦ୍ଦମେଖ ପଞ୍ଚାୟତ ଅନ୍ତର୍ଗତ ବେଲଝରି ଗ୍ରାମରେ ବେଆଇନ୍ କରତ କଳରେ ଅଚାନକ ବନବିଭାଗ ପକ୍ଷରୁ ଚଢାଉ କରାଯାଇ କରତକଳର ସମସ୍ତ ଯନ୍ତ୍ରାଶଂ ସହିତ ଜେନେରେଟର, ୫୦ ଫୁଟରୁ ଉର୍ଦ୍ଧ୍ବ କାଠ ଗଣ୍ଡି ଜବତ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ 4 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ।

http://10.10.50.80:6060///finalout3/odisha-nle/finalout/01-June-2020/7424945_bhrmpur.mp4
ଗଞ୍ଜାମରେ ବେଆଇନ୍ କରତ କଳ ଉପରେ ଚଢାଉ

By

Published : Jun 1, 2020, 6:29 AM IST

ବ୍ରହ୍ମପୁର: ଦୀର୍ଘ ଦିନ ଧରି ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅଞ୍ଚଳରେ ଚାଲିଥିବା ବେଆଇନ୍ କରତ କଳ ଉପରେ ଚଢାଉ କରିଛି ବ୍ରହ୍ମପୁର ବନ ବିଭାଗ । ବ୍ରହ୍ମପୁର ଡିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ମର୍ଦ୍ଦମେଖ ପଞ୍ଚାୟତ ଅନ୍ତର୍ଗତ ବେଲଝରି ଗ୍ରାମରେ ବେଆଇନ୍ କରତ କଳରେ ଅଚାନକ ବନବିଭାଗ ପକ୍ଷରୁ ଚଢାଉ କରାଯାଇ କରତକଳର ସମସ୍ତ ଯନ୍ତ୍ରାଂଶ ସହିତ ଜେନେରେଟର, ୫୦ ଫୁଟରୁ ଉର୍ଦ୍ଧ୍ବ କାଠ ଗଣ୍ଡି ଜବତ କରି ଖଲ୍ଲିକୋଟ ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ 4 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି ।

ଗଞ୍ଜାମରେ ବେଆଇନ୍ କରତ କଳ ଉପରେ ଚଢାଉ

ଏପରିକି ଚଢାଉ ସମୟରେ କିଛି ସମୟ ପାଇଁ ଉକ୍ତ ସ୍ଥାନରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବାରୁ କୋଦଳା ଥାନା ଅଧିକାରୀ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ । ଏହି ଚଢାଉରେ ବ୍ରହ୍ମପୁର ଡିଭିଜିନାଲ ଏସିଏଫ୍ ଅଶୋକ କୁମାର ବେହେରା, ମାଧବୀ ଲତା, ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢୀ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ସମେତ 4ଟି ଫରେଷ୍ଟ ରେଞ୍ଜ୍ ଦିଗପହଣ୍ଡି, ପୋଲସରା , ସାମୁତ୍ତିଆପଲ୍ଲୀ ,ଖଲ୍ଲିକୋଟ ଏବଂ ବ୍ରହ୍ମପୁର ଡିଭିଜନର ମୋବଇଲ୍ ଷ୍ଟାଫ୍, ପୋଲିସ୍ ବିଭାଗର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details