ବ୍ରହ୍ମପୁର: ଜୁଆଆଡ୍ଡା ଉପରେ ପୋଲିସର ଅତର୍କିତ ଚଢ଼ାଉ । ଏହି ସମୟରେ 3 ଜଣ ଜୁଆଡି ଗିରଫ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ଅତର୍କିତ ଚଢ଼ାଉ କରାଯାଇଥିଲା । ଗିରଫ ଜୁଆଡିଙ୍କ ନିକଟରୁ ନଗଦ ୧୨ ହଜାର ୫୨୦ ଟଙ୍କା ଏବଂ 3 ପ୍ୟାକେଟ୍ ତାସ ଜବତ କରାଯାଇଛି ।
ଗିରଫ ମାନଙ୍କ ମଧ୍ୟରେ ଦିଗପହଣ୍ଡି ଥାନା କଲ୍ୟାଣପୁର ଗ୍ରାମର କୁନା ଦୋରା , ଗୁହାଳପୁର ଗ୍ରାମର ରବି ସେଠୀ ଓ ଦୁଆର ଗାଁର ରବି ପାତ୍ର ବୋଲି ଜଣାପଡିଛି । ସୂଚନାନୁଯାୟୀ ପାର୍ବଣ ଋତୁ ଶେଷ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ବହୁ ବ୍ୟକ୍ତିବିଶେଷ ପୋଲିସକୁ ବେଖାତିର କରି ଜୁଆ ଖେଳରେ ସାମିଲ ରହୁଥିବା ଦେଖିବାକୁ ମିଳିଛି ।