ଓଡିଶା

odisha

ETV Bharat / city

ଜୁଆ ଆଡ୍ଡା ଉପରେ ଚଢାଉ, ୧୨ ଗିରଫ - ଜୁଆ ଆଡ୍ଡା ଉପରେ ଚଢାଉ

ଜୁଆ ଆଡ୍ଡା ଉପରେ ଚଢାଉ ସମୟରେ ୧୨ ଗିରଫ। ଗଞ୍ଜାମ ପୋଲିସ ପକ୍ଷରୁ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ମାଆ ତାରାତାରିଣୀ ମନ୍ଦିର ନିକଟରେ ଚଢାଉ ସମୟରେ 12 ଜଣଙ୍କୁ ଗିରଫ କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 22, 2019, 5:48 AM IST

ବ୍ରହ୍ମପୁର: ଜୁଆ ଆଡ୍ଡା ଉପରେ ପୋଲିସର ଅତର୍କିତ ଚଢାଉ। ଗଞ୍ଜାମ ପୋଲିସ ପକ୍ଷରୁ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ମାଆ ତାରାତାରିଣୀ ମନ୍ଦିର ନିକଟରେ ଚଢାଉ ସମୟରେ 12 ଜଣଙ୍କୁ ଗିରଫ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ତେବେ ଗିରଫ ଅଭିଯୁକ୍ତଙ୍କ ପାଖରୁ ୧୪ ଗୋଟି ମୋବାଇଲ୍, ୬ ଗୋଟି ମୋଟର ସାଇକେଲ, ତାସ୍ ସମେତ ମୋଟ ୧ ଲକ୍ଷ ୪୨ ହଜାର ପାଞ୍ଚ ଶହ ଟଙ୍କାକୁ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବ୍ରହ୍ମପୁରର ଦୀନବନ୍ଧୁ ପାତ୍ର, ସତ୍ୟନାରାୟଣ ଭୂୟାଁ, ଜଗା ପ୍ରଧାନ, ଶ୍ରୀଧର ସାହୁ, ଛତ୍ରପୁରର ମନୋରଞ୍ଜନ ବେହେରା, ନିରଞ୍ଜନ ପଟ୍ଟନାୟକ।

ସେହିପରି ଗୋପାଳପୁରର କୈଳାଶ ଚନ୍ଦ୍ର ରେଡି, କରାପଲ୍ଲୀର ଏସ୍ ଚନ୍ଦ୍ର ରେଡି, କୁକୁଡାଖଣ୍ଡି ଅଞ୍ଚଳର ଇ.ସତ୍ୟ ଦୋରା, ରଘୁନାଥପୁରର ଅଞ୍ଜନ ମହାରଣା, ଝାଡଆଙ୍କୁଲିର ବାବୁ ସାହୁ, ବିଜିପୁରର ଅଶୋକ କୁମାର ସେଠୀ ହୋଇଥିବା ବେଳେ ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details