ବ୍ରହ୍ମପୁର:ଦିନକୁ ଦିନ ବଢିବାରେ ଲାଗିଛି ନିଶା ବ୍ୟବସାୟ । ଆସ୍କା ରୋଡ଼ ଅଞ୍ଚଳର ଚାଲିଥିବା ଏକ ନକଲି ଗୁଟଖା ପୁଡିଆ ଗୋଦାମ ଉପରେ ଚଢ଼ାଉ କରାଯାଇଛି । ସହରର ବଡବଜାର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଲକ୍ଷାଧିକ ଟଙ୍କାର ଗୁଟଖା ପୁଡ଼ିଆ ସହିତ ପ୍ରାୟ ୧୦ରୁ ଅଧିକ ମେସିନ ଜବତ କରାଯାଇଛି ।
ନକଲି ଗୁଟଖା ଗୋଦାମରେ ଚଢ଼ାଉ - raid in fake gutkha factory in berhampur
ନକଲି ଗୁଟଖା ଗୋଦାମରେ ଚଢ଼ାଉ । ଲକ୍ଷାଧିକ ଟଙ୍କାର ଗୁଟଖା ସହ 10ରୁ ଅଧିକ ମେସିନ ଜବତ । ଅଧିକ ପଢନ୍ତୁ...
![ନକଲି ଗୁଟଖା ଗୋଦାମରେ ଚଢ଼ାଉ raid in fake gutkha factory in berhampur](https://etvbharatimages.akamaized.net/etvbharat/prod-images/768-512-10352804-thumbnail-3x2-jk.jpg)
ନକଲି ଗୁଟଖା ଗୋଦାମ ଉପରେ ଚଢ଼ାଉ
ନକଲି ଗୁଟଖା ଗୋଦାମ ଉପରେ ଚଢ଼ାଉ
ଏହି ଘଟଣାରେ ପୋଲିସ ପକ୍ଷରୁ ହାଉସିଂ ବୋର୍ଡ଼ କଲୋନୀର ଇ.ରାଜେଶ୍ବର ପାତ୍ର ନାମକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଏହାସହ ପୋଲିସ ପଚରା ଉଚରା କରୁଛି । ସେ କେବଳ ନକଲି ଗୁଟଖା ନୁହେଁ ପିଲା ମାନେ ଖାଉଥିବା ବିଭିନ୍ନ ଲେଜ ଓ କୁରକୁରେରେ ସାମଗ୍ରୀକୁ ମଧ୍ୟ ପ୍ରସ୍ତୁତ କରୁଥିବା ପୋଲିସ ଜାଣିବାକୁ ପାଇଛି । ଗତ କିଛି ଦିନ ଧରି ବ୍ରହ୍ମପୁର ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ନକଲି କାରବାର ଉପରେ ଚଢାଉ ଜାରି ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ