ଓଡିଶା

odisha

ETV Bharat / city

ମାନବିକତା ଦେଖାଇଲେ ତହସିଲଦାର, ମୃତଦେହକୁ କାନ୍ଧ ଦେଲେ ଶ୍ମଶାନ ନେଲେ - ମୃତଦେହକୁ ଶ୍ମଶାନ ନେଲେ ତହସିଲଦାର

ପୁରୁଷୋତ୍ତମପୁରର ତହସିଲଦାର ନିତିଶ ତ୍ରିପାଠୀଙ୍କ ମାନବିକତା । ଅସହାୟ ପରିବାରକୁ ସାହା ହେବା ସହ ମୃତଦେହକୁ କାନ୍ଧ ଦେଇ ଶ୍ମଶାନକୁ ମଧ୍ୟ ନେଲେ । ଅଧିକ ପଢନ୍ତୁ

ମାନବିକତା ଦେଖାଇଲେ ତହସିଲଦାର, ମୃତଦେହକୁ କାନ୍ଧ ଦେଲେ ଶ୍ମଶାନକୁ ମଧ୍ୟ ନେଲେ
ମାନବିକତା ଦେଖାଇଲେ ତହସିଲଦାର, ମୃତଦେହକୁ କାନ୍ଧ ଦେଲେ ଶ୍ମଶାନକୁ ମଧ୍ୟ ନେଲେ

By

Published : Jan 18, 2022, 8:30 AM IST

Updated : Jan 18, 2022, 10:48 AM IST

ବ୍ରହ୍ମପୁର: ସରକାରୀ ବାବୁଙ୍କ ମାନବିକତା । ଅସହାୟକୁ ସାହା ହେବା ସହ ମୃତଦେହକୁ କାନ୍ଧ ଦେଲେ ତହଲିସଦାର । ଶ୍ମାଶାନ ପର୍ଯ୍ୟନ୍ତ ଯିବା ସହ ଅନ୍ତିମ ସତ୍କାର ମଧ୍ୟ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ଗ୍ରାମରେ । ପୁରୁଷୋତ୍ତମପୁରର ତହସିଲଦାର ନିତିଶ ତ୍ରିପାଠୀ ଏଭଳି ମାନବିକତା ଦେଖାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ମାନବିକତା ଦେଖାଇଲେ ତହସିଲଦାର, ମୃତଦେହକୁ କାନ୍ଧ ଦେଲେ ଶ୍ମଶାନ ନେଲେ

ଗାଁର ଶିବରାମ ନାୟକ ଗତ କିଛି ବର୍ଷ ଧରି ଦୁଇଟି କିଡନୀ ହରାଇ ରୋଗ ଶଯ୍ୟାରେ ମରଣ ସହ ସଂଗ୍ରାମ କରୁଥିଲେ । କିଛି ଦିନ ପୂର୍ବେ ଖବର ପାଇ ନିଜେ ତହସିଲଦାର ଶିବରାମଙ୍କ ଘରକୁ ଯାଇ କିଛି ଆର୍ଥିକ ସହାୟତା ସହ ଏହି ଗରିବ ଅସହାୟ ପରିବାର ରହିବାର ବ୍ୟବସ୍ଥା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ। ତେବେ ସୋମବାର ଶିବରାମଙ୍କ ମୃତ୍ୟୁ ହୋଇ ଯାଇଥିବା ଖବର ପାଇ ପରିବାର ନିକଟରେ ପହଞ୍ଚି ଯାଇଥିଲେ ତହସିଲଦାର।

ଏହାପରେ ଗ୍ରାମବାସୀଙ୍କ ସହ ସାମିଲ ହୋଇ ମୃତଦେହକୁ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ସତ୍କାର କରିଥିଲେ । ଏଥି ସହ ନିଜସ୍ବ ପାଣ୍ଠିରୁ ପରିବାରକୁ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ତହସିଲଦାରଙ୍କ ଏଭଳି ମହାନୀୟତା ଦେଖି ସ୍ଥାନୀୟଲୋକେ ଚକିତ ହେବା ସହ ତହସିଲଦାରଙ୍କୁ ବେଶ ପ୍ରଶଂସା ମଧ୍ୟ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jan 18, 2022, 10:48 AM IST

ABOUT THE AUTHOR

...view details