ଓଡିଶା

odisha

ETV Bharat / city

‘ଭୂତପ୍ରେତ ଅସ୍ତିତ୍ବ ପ୍ରମାଣ କରନ୍ତୁ, 50 ହଜାର ପୁରସ୍କାର ଜିତନ୍ତୁ’ - prove the spritual activies

ସମାଜ ଯେତେ ଆଧୁନିକ ପଥରେ ଗଲେ ବି ଅନ୍ଧବିଶ୍ବାସର ଅନ୍ଧଗଳିରୁ ବାହାରି ପାରୁନି ମଣିଷ । ଆଜିବି ଲୋକେ ଭୂତପ୍ରେତ ଥିବା ନେଇ ବିଶ୍ବାସ କରନ୍ତି । ତେବେ ଏଥିରେ ରୋକ୍ ଲଗାଇବା ସହ ସଚେତନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ କରିଛନ୍ତି ନିଆରା ଘୋଷଣା ।

‘ଭୂତପ୍ରେତ ଥିବା ନେଇ ପ୍ରମାଣ କରନ୍ତୁ, 50 ହଜାର ଟଙ୍କା ପୁରସ୍କାର ଜିତନ୍ତୁ’

By

Published : Oct 23, 2019, 11:48 PM IST

ବ୍ରହ୍ମପୁର: ‘ଭୂତପ୍ରେତ ଅସ୍ତିତ୍ବ ଥିବା ନେଇ ପ୍ରମାଣ କରି ଦେଖାନ୍ତୁ । ତା ବଦଳରେ 50 ହଜାର ଟଙ୍କା ପୁରସ୍କାର ପାଆନ୍ତୁ ।’ ଏହି କଥା ଆମେ କହୁନୁ କହୁଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଭୂତପ୍ରେତଙ୍କ ଅସ୍ତିତ୍ବ ଓ ଗୁଣିଗାରେଡିକୁ ପ୍ରମାଣ କରି ଦେଖାଇପାରିଲେ ସେହି ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।

‘ଭୂତପ୍ରେତ ଥିବା ନେଇ ପ୍ରମାଣ କରନ୍ତୁ, 50 ହଜାର ଟଙ୍କା ପୁରସ୍କାର ଜିତନ୍ତୁ’

ଗତ କିଛି ମାସ ମଧ୍ୟରେ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁଣିଗାରେଡି ଠାରୁ ଆରମ୍ଭ କରି ଭୂତପ୍ରେତ ନାମରେ ଅନେକ ଘଟଣା ସାମ୍ନାକୁ ଆସିଛି । ବାରମ୍ବାର ସଚେତନତା ଧର୍ମୀ କାର୍ଯ୍ୟକ୍ରମ ପରେ ମଧ୍ୟ ଲୋକେ ଗୁଣିଗାରେଡି ଓ ଭୂତପ୍ରେତ ଅସ୍ତିତ୍ବ ଥିବାଭଳି କଥାକୁ ଅନ୍ଧ ଭଳି ବିଶ୍ବାସ କରୁଛନ୍ତି । ଏହି ଭ୍ରାନ୍ତ ଧାରଣାକୁ ଲୋକଙ୍କ ମନରୁ ଦୂରେଇବା ପାଇଁ ଏଭଳି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଏପରିକି ସାରା ଜିଲ୍ଲାରେ ଆଗକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଏଥିପାଇଁ ଛାତ୍ରଛାତ୍ରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଠାରୁ ସହଯୋଗ କାମନା କରିଛନ୍ତି ସେ । ସେପଟେ ଜିଲ୍ଲାପାଳଙ୍କ ଏଭଳି ଘୋଷଣା ଜିଲ୍ଲାରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details