ବ୍ରହ୍ମପୁର: ଓଡ଼ିଶାର ୧୪୩୭୯ ଗୋଟି ବିଦ୍ୟାଳୟ ତଥା ଗଞ୍ଜାମ ଜିଲ୍ଲାର ୪୩୩ଟି ସରକାରୀ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ସରକାର ବାତିଲ କରିବା ସହିତ ରାଜ୍ୟର ୧୪ ଗୋଟି ବି.ଇଡି କଲେଜ ବନ୍ଦ ନିଷ୍ପତ୍ତିକୁ ବାତିଲ ଦାବିରେ ବ୍ରହ୍ମପୁର ଠାରେ ପ୍ରତିବାଦ କରାଯାଇଛି । ଅଲ୍ ଇଣ୍ଡିଆ ଡି.ଏସ୍.ଓ ଏବଂ ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟ ପକ୍ଷରୁ ଏହି ଅବସରରେ ସହରର ଗିରି ରୋଡସ୍ଥିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି ।
ରାଜ୍ୟର ସମସ୍ତ ବିଇଡି କଲେଜ ବନ୍ଦ ନିଷ୍ପତ୍ତିକୁ ବାତିଲ ଦାବିରେ ପ୍ରତିବାଦ
ରାଜ୍ୟର ୧୪୩୭୯ ଗୋଟି ବିଦ୍ୟାଳୟ ତଥା ଗଞ୍ଜାମ ଜିଲ୍ଲାର ୪୩୩ଟି ବିଦ୍ୟାଳୟ ଏବଂ ରାଜ୍ୟର ୧୪ଟି ବି.ଇଡି କଲେଜ ବନ୍ଦ ନିଷ୍ପତ୍ତିକୁ ବାତିଲ ଦାବିରେ ପ୍ରତିବାଦ । ଡି.ଏସ୍.ଓ ଏବଂ ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟ ପକ୍ଷରୁ ବ୍ରହ୍ମପୁର ସହରର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ...
ରାଜ୍ୟର ସମସ୍ତ ବିଇଡି କଲେଜ ବନ୍ଦ ନିଷ୍ପତ୍ତିକୁ ବାତିଲ ଦାବିରେ ପ୍ରତିବାଦ
ଏହାସହିତ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ସରକାର ୨୦୧୮ ମସିହାରେ ରାଜ୍ୟର ୧୪୩୭୯ ଟି ବିଦ୍ୟାଳୟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯାହାକୁ ୨୦୨୦/୨୧ ଶିକ୍ଷା ବର୍ଷରେ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ପ୍ରସ୍ତୁତ ହେଉଥିବାବେଳେ ଏହା କାର୍ଯ୍ୟକାରୀ ହେଲେ ବହୁ ବେସରକାରୀ ବିଦ୍ୟାଳୟ ଛତୁ ଫୁଟିବା ଭଳି ଖୋଲିବା ସହ ଗରୀବ ତଥା ସାଧାରଣ ପରିବାରର ବିଦ୍ୟାର୍ଥୀ ପାଠ ପଢିବାରେ ଅନେକ ସମସ୍ୟା ଉପୁଜିବ ବୋଲି କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ