ଓଡିଶା

odisha

ETV Bharat / city

ରାସ୍ତା ପ୍ରଶସ୍ତିକରଣ ପାଇଁ ଗଛ କଟା, MKCG ପରିସରରେ ଉତ୍ତେଜନା

ବ୍ରହ୍ମପୁର ଏମନକେସିଜି ମେଡିକାଲ କଲେଜ ପରିସରରେ ରାସ୍ତା ପ୍ରଶସ୍ତିକରଣ ପାଇଁ କଟାଯାଉଛି ଗଛ । ଆଉ ଏହାକୁ ବିରୋଧ କରିବା ଯୋଗୁଁ ସୃଷ୍ଟି ହୋଇଛି ଉତ୍ତେଜନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Jul 14, 2019, 4:17 PM IST

ବ୍ରହ୍ମପୁର: ଗୋଟିଏ ପଟେ ଚାଲିଛି ବନ ମହୋତ୍ସବ କାର୍ଯ୍ୟକ୍ରମ । ଅନ୍ୟ ଏକ ପଟେ ହଣାଯାଉଛି ଗଛ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ । କଲେଜ ପରିସରରେ ରାସ୍ତା ପ୍ରଶସ୍ତିକରଣ ପାଇଁ 118ଟି ଗଛ ଚିହ୍ନଟ କରାଯାଇଥିଲା । ଏଥିରୁ 8ଟି ବଡ ବଡ ଗଛ କଟାଯାଇଥିବା ବେଳେ ବ୍ରହ୍ମପୁରର ବିଭିନ୍ନ ସଙ୍ଗଠନ ଏହାକୁ ବିରୋଧ କରିବା ସହ ଉତ୍ତେଜନା ଦେଖାଦେଇଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପରିସରରେ ୬୦ ପୁଟ ଓସାରର ରାସ୍ତା କରିବା ନେଇ ଗଛ କଟା ଆରମ୍ଭ ହୋଇଥିଲା । କିନ୍ତୁ ଏହି ରାସ୍ତାରେ କୌଣସି ଯାନବାହନ ଯିବା ଆସିବା କରୁନଥିବା ବେଳେ ପୂର୍ତ୍ତ ବିଭାଗର ଏଭଳି ଅନାବଶ୍ୟକ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରୁ ବିରୋଧ କରିବା କରିଥିଲେ ବିଭିନ୍ନ ସଙ୍ଗଠନ । ସେପଟେ, ଘଟଣାସ୍ଥଳରେ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ବିଡିଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା ଏହାକୁ ବିରୋଧ କରିବା ସହ ବୃକ୍ଷରୋପଣ କରିଛନ୍ତି ।

ଏଥିସହ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ । ତେବେ ବିରୋଧ ପରେ ଏଭଳି କାର୍ଯ୍ୟ କରିବାକୁ ଆସିଥିବା ଅଧିକାରୀ ଫେରିଯିବାକୁ ବାଧ୍ୟ ହୋଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details