ଓଡିଶା

odisha

ETV Bharat / city

ଫାଷ୍ଟ ଫୁଡ଼ ଜମାନାରେ ଯୁବପିଢୀଙ୍କୁ ମତୁଆଲା କରୁଛି ମାଣ୍ଡିଆ କାଫେ - millet promotion

ବର୍ତ୍ତମାନର ଫାଷ୍ଟ ଫୁଡ଼ ଏବଂ ଜଙ୍କ ଫୁଡର ଜମାନାରେ ମଇଦାର ବିକଳ୍ପ ଭାବେ ମାଣ୍ଡିଆକୁ ଯୁବପିଢି ବାଛିଛନ୍ତି। ହଁ ଆଜ୍ଞା ବିଶ୍ବ ପ୍ରସିଦ୍ଧ ଗୋପାଳପୁର ବେଳାଭୂମି ମହୋତ୍ସବରେ ମାଣ୍ଡିଆକୁ ନେଇ ବିଭିନ୍ନ ରକମର ଖାଦ୍ୟର ମଜ୍ଜା ନେଉଛନ୍ତି ଦର୍ଶକ। ଅଧିକ ଖବର ପଢନ୍ତୁ...

_tribal area
ଫାଷ୍ଟ ଫୁଡ଼ ଜମାନାରେ ଯୁବପିଢୀଙ୍କୁ ମତୁଆଲା କରୁଛି ମାଣ୍ଡିଆ କାଫେ

By

Published : Dec 30, 2019, 10:52 AM IST

ବ୍ରହ୍ମପୁର: ଆରମ୍ଭ ହୋଇଯାଇଛି ବିଶ୍ବ ପ୍ରସିଦ୍ଧ ଗୋପାଳପୁର ବେଳାଭୂମି ମହୋତ୍ସବ। ଶୀତୁଆ ପାଗରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟର ମଜ୍ଜା ନେଉଛନ୍ତି ଦର୍ଶକ। ଏହି ମେଳାରେ ଏବେ ମୁଖ୍ୟ ଆକର୍ଷଣ ପାଲଟିଛି ମାଣ୍ଡିଆ କାଫେ ।

ବେଳାଭୂମି ବୁଲିବା ସହ ଏବେ ପେଟ ପୂଜାର ପ୍ରମୁଖ ସ୍ଥଳ ପାଲଟିଛି ଏହି କାଫେ । ଆପଣ ପିଜା,ଵର୍ଗର,ବିସ୍କେଟ, ଲଡୁ ଇତ୍ୟାଦି ଖାଇଥିବେ କେବେ ଆପଣ ମାଣ୍ଡିଆ ପିଜା କିମ୍ବା ଵର୍ଗର କି ବିସ୍କେଟ ଖାଇଛନ୍ତି କି । ହଁ ଆଜ୍ଞା ମାଣ୍ଡିଆ ରେ ପ୍ରସ୍ତୁତ ହୋଇଛି ପିଜା ଏହା ସାଙ୍ଗଙ୍କୁ ମାଣ୍ଡିଆ ଲଡୁ,ମାଣ୍ଡିଆ ଜିଲାପି,ମାଣ୍ଡିଆ ସୁପ,ମାଲପୁଆ,ଏଭଳି ଏକ ଷ୍ଟଲ ଖୋଲିଛି ଗୋପାଳପୁର ବେଳାଭୂମି ମହୋତ୍ସବରେ।

ବର୍ତ୍ତମାନର ଫାଷ୍ଟ ଫୁଡ଼ ଏବଂ ଜଙ୍କ ଫୁଡର ଜମାନାରେ ମଇଦାର ବିକଳ୍ପ ଭାବେ ମାଣ୍ଡିଆକୁ ଯୁବପିଢି ବାଛିଛନ୍ତି। ଦୋକୀନମାନେ ଗ୍ରାହକଙ୍କ ପକେଟକୁ ସୁହାଇଲା ଭଳି ମାଣ୍ଡିଆରେ ପ୍ରସ୍ତୁତ କରିଛନ୍ତି ବିଭିନ୍ନ ଭେରାଇଟର ଆଇଟମ । ଆଉ ଏହାକୁ ମନଭରୀ ଉପଭୋଗ କରୁଛନ୍ତି ଯୁବପିଢୀ ।

ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ ମଣ୍ଡିଆରେ ପ୍ରୋଟିନ ଏବଂ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି। କିନ୍ତୁ ଆଜିର ଏଇ ଆଧୁନିକ ଯୁଗରେ ଏହି ଶସ୍ୟଟି ଲୋପ ପାଇଯିବାରେ ଲାଗିଲାଣି । ତେଣୁ ଏହାକୁ ଜୀବିତ ରଖିବା ପାଇଁ ଏଭଳି ଏକ ପ୍ରୟାସ କରାଯାଇଛି ବୋଲି କହିଛନ୍ତି କୃଷି ଅଧିକାରୀ । ବହୁ କମ୍ ଦାମରେ ଏହାକୁ ବିକ୍ରି କରାଯାଉଥିବାରୁ ଲୋକଙ୍କ ଚାହିଦା ରହିଥିବା କହିଛନ୍ତି ।


ହଜିଯାଉଥିବା ଏହି ଖାଦ୍ୟ ଶସ୍ୟକୁ ପୁଣି ଥରେ ସାଧାରଣ ଜନତାଙ୍କ ମଧ୍ୟରେ ଆଧୁନିକ ଶୈଳୀରେ ସ୍ଥାନୀତ କରିବା ପାଇଁ ଏଭଳି ଏକ ଅଭିନବ ଉପାୟରେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିଇବାକୁ ଚେଷ୍ଟା କରିଛି ଗଞ୍ଜାମ ଜିଲ୍ଲାର କୃଷି ବିଭାଗ ଓ ପ୍ରଶାସନ । ଯାହା ଲୋକଙ୍କୁ ବେଶ ଆକୃଷ୍ଟ କରିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details