ଓଡିଶା

odisha

ETV Bharat / city

75 ତମ ସ୍ବାଧିନତା ଦିବସ, ବ୍ରହ୍ମପୁରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

୭୫ ତମ ସ୍ବାଧିନତା ଦିବସ ପାଳନ ପାଇଁ ବ୍ରହ୍ମପୁରରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ସହରର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଉପଖଣ୍ଡ ପ୍ରଶାସନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୋଭିଡ଼ କଟକଣା ମଧ୍ୟରେ ଏହି ଉତ୍ସବ ପାଳନ କରାଯିବ । ଅଧିକ ପଢନ୍ତୁ...

75 ତମ ସ୍ବାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
75 ତମ ସ୍ବାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

By

Published : Aug 14, 2021, 10:42 AM IST

ବ୍ରହ୍ମପୁର: ୭୫ ତମ ସ୍ବାଧିନତା ଦିବସ ପାଳନ ପାଇଁ ବ୍ରହ୍ମପୁରରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ସହରର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଉପଖଣ୍ଡ ପ୍ରଶାସନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୋଭିଡ଼ କଟକଣା ମଧ୍ୟରେ ଏହି ଉତ୍ସବ ପାଳନ କରାଯିବ । ତେବେ ଏହି ପ୍ୟାରେଡ ଉତ୍ସବରେ କୌଣସି ସ୍କୁଲ, କଲେଜର କଣ୍ଟିଜେଣ୍ଟ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

75 ତମ ସ୍ବାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ମୁଖ୍ୟ ଅତିଥିଙ୍କ ଦ୍ବାରା ଜାତୀୟ ପତକା ଉତ୍ତୋଳନ କରାଯିବା ସହିତ ପୋଲିସ ବିଭାଗର ମାତ୍ର ଦୁଇଟି କଣ୍ଟିଜେଣ୍ଟ ରହିଥିବାରୁ ଦୁଇଟି ପ୍ଲାଟୁନ୍ ଏଥିରେ ଭାଗ ନେବେ ଏବଂ ପୋଲିସ ବ୍ୟାଣ୍ଡ ଉପସ୍ଥିତ ରହିବେ । ଚଳିତବର୍ଷ ପ୍ୟାରେଡ୍ ଅନୁଷ୍ଠିତ ହେବ ନାହିଁ । ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ, ନିମନ୍ତ୍ରିତ ଅତିଥିଙ୍କ ସମେତ କୋଭିଡ ସମୟରେ ନିରବିଚ୍ଛିନ୍ନ ଭାବରେ ସେବା ଯୋଗାଇ ଆସିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ ବିଭାଗର ପ୍ୟାରେଡ ଦାୟିତ୍ବରେ ରହିଥିବା ରିଜର୍ଭ ଇନିସପେକ୍ଟର ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details