ଓଡିଶା

odisha

ETV Bharat / city

ଲଘୁଚାପ ଜନିତ ବର୍ଷାର ପ୍ରାକ୍ ପ୍ରସ୍ତୁତି ବୈଠକ, ଜିଲ୍ଲାର ସମସ୍ତ ଅଞ୍ଚଳ ସୁରକ୍ଷିତ ରହିଛି: ଜିଲ୍ଲାପାଳ - ବ୍ରହ୍ମପୁର ମହାନଗର ନିଗମ

ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନେଇ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ । ଭିଡିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ବିଭିନ୍ନ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଲଘୁଚାପ ଜନିତ ବର୍ଷାର ପ୍ରାକ୍ ପ୍ରସ୍ତୁତି ବୈଠକ, ଜିଲ୍ଲାର ସମସ୍ତ ଅଞ୍ଚଳ ସୁରକ୍ଷିତ ରହିଛି: ଜିଲ୍ଲାପାଳ
ଲଘୁଚାପ ଜନିତ ବର୍ଷାର ପ୍ରାକ୍ ପ୍ରସ୍ତୁତି ବୈଠକ, ଜିଲ୍ଲାର ସମସ୍ତ ଅଞ୍ଚଳ ସୁରକ୍ଷିତ ରହିଛି: ଜିଲ୍ଲାପାଳ

By

Published : Sep 12, 2021, 10:41 PM IST

ବ୍ରହ୍ମପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଅହରହ ଚାଲିଥିବା ବେଳେ ଏହା ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଚେତାବନୀ ପରେ ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ଅଧିକାରୀଙ୍କୁ ନେଇ ରବିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ଠାରୁ ବର୍ତ୍ତମାନ ବର୍ଷାର ସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହିତ ଆଗୁଆ ପ୍ରସ୍ତୁତ ରହିବାକୁ କହିଛନ୍ତି ।

ଲଘୁଚାପ ଜନିତ ବର୍ଷାର ପ୍ରାକ୍ ପ୍ରସ୍ତୁତି ବୈଠକ, ଜିଲ୍ଲାର ସମସ୍ତ ଅଞ୍ଚଳ ସୁରକ୍ଷିତ ରହିଛି: ଜିଲ୍ଲାପାଳ

ତେବେ ସମସ୍ତ ଅଧିକାରୀ ଗଣ ଝିପିଝିପି ବର୍ଷା ଚାଲିଥିବା ଜଣାଇଥିଲେ । ଆଉ ଏଭଳି ବର୍ଷା ହେଲେ କୌଣସି ଅସୁବିଧା ଦେଖାଯିବ ନାହିଁ । କିନ୍ତୁ ବର୍ଷାର ପରିମାଣ ବୃଦ୍ଧି ହେଲେ ପ୍ରଶାସନିକ କଳକୁ ପରବର୍ତ୍ତି କାର୍ଯ୍ୟପନ୍ଥା ସ୍ଥିର କରିବାକୁ ପଡିବ । ବିଶେଷ କରି ନଦୀ ଏବଂ ଡ୍ୟାମ୍ ଗୁଡିକରେ ଜଳର ସ୍ତର ବର୍ତ୍ତମାନ ଠିକ୍ ରହିଛି । କୌଣସି ସ୍ଥାନରେ ଏଯାଏଁ ଅପ୍ରୀତିକର ପରିସ୍ଥିତି ଦେଖାଯାଇନାହିଁ । ସମସ୍ତ ନଦୀ ଏବଂ ଡ୍ୟାମ୍ ଗୁଡିକରେ ଅଧିକାରୀଗଣ ଉପସ୍ଥିତ ରହି ଜଳସ୍ତର ପ୍ରତି ନଜର ରଖିଛନ୍ତି । ବିଶେଷ କରି ଗ୍ରାମାଞ୍ଚଳକୁ ଗମନାଗମନ ପଥ ଠିକ୍ ରହିଛି । ଯାତାୟତର ଅସୁବିଧା ନାହିଁ । ବର୍ଷାର ପରିମାଣ ବୃଦ୍ଧି ହେଲେ ବହୁ ପୁରାତନ କୋଠା ବା ଘରର କାନ୍ଥ ଭୁଶୁଡିବାର ସମ୍ଭାବନା ରହିଛି । ଏଣୁ ପୁରାତନ କୋଠା ଚିହ୍ନଟ କରି ସେଠାରେ ରହୁଥିବା ଲୋକଙ୍କୁ ସତର୍କ ଏବଂ ଆବଶ୍ୟକ ହେଲେ ସ୍ଥାନାନ୍ତର କରିବାକୁ କୁହାଯାଇଛି ।

ସେପଟେ ଭୂମିର ଜଳ ଧାରଣ କ୍ଷମତା ପୂରଣ ହୋଇଗଲେ ପାଣି ନିଷ୍କାସନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ରହିଥିବା ଜଣା ପଡିଛି । ଜଳପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ସକାଶେ ରବର ବୋଟ୍‌ଏବଂ ପାଣି ନିଷ୍କାସନ ଯନ୍ତ୍ର ପ୍ରସ୍ତୁତ ହୋଇ ରହିଥିବା ସମ୍ପୃକ୍ତ ଅଧିକାରୀ ମାନେ ଜଣାଇଛନ୍ତି । ଏହି ଲଘୁଚାପ ଜନିତ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି ଦେଖାଦେଇଥିବା ଚାଷ ଜମି ଗୁଡିକର ସୁଧାର ଆସିଛି । ଜିଲ୍ଲାର ଆସ୍କା,ବେଗୁନିଆପଡା, ଭଞ୍ଜନଗର, ବୁଗୁଡା, ଚିକିଟି, ପୁରୁଷୋତ୍ତମପୁର ପ୍ରଭୃତି ଅନ୍ୟାନ୍ୟ ବ୍ଲକ୍ ଅଧିକାରୀ ମାନଙ୍କ ସହ ଜିଲ୍ଲାପାଳ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ।

ଲଘୁଚାପ ଜନିତ ବର୍ଷାର ପ୍ରାକ୍ ପ୍ରସ୍ତୁତି ବୈଠକ, ଜିଲ୍ଲାର ସମସ୍ତ ଅଞ୍ଚଳ ସୁରକ୍ଷିତ ରହିଛି: ଜିଲ୍ଲାପାଳ

କୌଣସିଠାରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ତୁରନ୍ତ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିବାକୁ ଜିଲ୍ଲାପାଳ ଜଣାଇଛନ୍ତି । ଲୋକଙ୍କ ଧନଜୀବନକୁ ପ୍ରାଥମିକତା ଭିତ୍ତିରେ ସୁରକ୍ଷା ଦେବା ସକାଶେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ବଳୀରାମ ବୋନ୍ଦାର, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ କୀର୍ଭିସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, କୃଷି ବିଭାଗ, ଜଳସେଚନ ବିଭାଗ, ରାସ୍ତା ଓ କୋଠାବାଡିର ମୁଖ୍ୟଯନ୍ତ୍ରୀ, ସମସ୍ତ ବିଡିଓ ଓ ତହସିଲଦାରଗଣ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details