ଓଡିଶା

odisha

ETV Bharat / city

ଓଡ଼ିଆ ଚଳଚ୍ଚିତ୍ର IIC ଧୀରେନର ପୋଷ୍ଟର ରିଲିଜ - ମୋର ଡ୍ରିମର ଶୁଭ ମହୁରତ୍

ଓଡ଼ିଆ ଚଳଚ୍ଚିତ୍ର ''ଆଇଆଇସି ଧୀରେନ''ର ପୋଷ୍ଟର ରିଲିଜ ସହିତ ''ମୋର ଡ୍ରିମ''ର ଶୁଭ ମହୁରତ୍ ହୋଇଯାଇଛି । ମା' ଧନଲକ୍ଷ୍ମୀ ପ୍ରଡକସନର ପ୍ରଥମ ଅବଦାନ ଓଡ଼ିଆ ଚଳଚ୍ଚିତ୍ର ''ଆଇଆଇସି ଧୀରେନ''ର ପୋଷ୍ଟର ରିଲିଜ ବ୍ରହ୍ମପୁର ଠାରେ ହୋଇଯାଇଛି । ଅଧିକ ପଢ଼ନ୍ତୁ

ଓଡ଼ିଆ ଚଳଚ୍ଚିତ୍ର ଆଇଆଇସି ଧୀରେନର ପୋଷ୍ଟର ରିଲିଜ
ଓଡ଼ିଆ ଚଳଚ୍ଚିତ୍ର ଆଇଆଇସି ଧୀରେନର ପୋଷ୍ଟର ରିଲିଜ

By

Published : Sep 26, 2022, 10:36 AM IST

ବ୍ରହ୍ମପୁର: ଓଡ଼ିଆ ଚଳଚ୍ଚିତ୍ର ''ଆଇଆଇସି ଧୀରେନ''ର ପୋଷ୍ଟର ରିଲିଜ ସହିତ ''ମୋର ଡ୍ରିମ''ର ଶୁଭ ମହୁରତ୍ ହୋଇଯାଇଛି । ମା' ଧନଲକ୍ଷ୍ମୀ ପ୍ରଡକସନର ପ୍ରଥମ ଅବଦାନ ଓଡ଼ିଆ ଚଳଚ୍ଚିତ୍ର ''ଆଇଆଇସି ଧୀରେନ''ର ପୋଷ୍ଟର ରିଲିଜ ବ୍ରହ୍ମପୁର ଠାରେ ହୋଇଯାଇଛି । ସହରର ଟାଉନହଲ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଚଳଚ୍ଚିତ୍ରର ପୋଷ୍ଟର ରିଲିଜ ପରେ ଏହାର ପ୍ରଦର୍ଶିତ କରାଯାଇଥିଲା । ତେବେ ଖୁବଶ୍ରୀଘ୍ର ଆଗାମୀ ଦିନରେ ଏହି ଚଳଚ୍ଚିତ୍ର ରିଲିଜ ହେବ ବୋଲି ସୂଚନା ଦିଆଯାଇଛି । ଏଥିସହିତ ଧନଲକ୍ଷ୍ମୀ ପ୍ରଡକସନର ଦ୍ବିତୀୟ ଅବଦାନ ''ମୋର ଡ୍ରିମ''ର ଶୁଭ ମହୁରତ କରାଯାଇଛି ।

ଓଡ଼ିଆ ଚଳଚ୍ଚିତ୍ର ଆଇଆଇସି ଧୀରେନର ପୋଷ୍ଟର ରିଲିଜ

''ଆଇଆଇସି ଧୀରେନ''ର ଚଳଚ୍ଚିତ୍ରରେ ଅଭିନେତା ଭାବରେ ବ୍ରହ୍ମପୁରର ଧୀରେନ୍ ତ୍ରିପାଠୀ, ଅଭିନେତ୍ରୀ ଭାବରେ ଅର୍ପିତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ବେଳେ ''ମୋର ଡ୍ରିମ୍''ରେ ମଧ୍ୟ ଅଭିନୟ କରିବାକୁ ଥିବା ଧୀରେନ୍ ତ୍ରିପାଠୀ, ଅଭିନେତ୍ରୀ ଭାବରେ ପ୍ରିୟଙ୍କା, ନିର୍ଦ୍ଦେଶକ ଆନନ୍ଦ କୁମାର, ସଙ୍ଗୀତ ନିର୍ଦ୍ଦେଶକ କାଳୀପ୍ରସାଦ ପଣ୍ଡା ଓ ଆର୍.କେ.ରବି କୁମାରଙ୍କ ସମେତ ପ୍ରଡକସନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଏହି ଚଳଚ୍ଚିତ୍ରରେ ସମସ୍ତ ପ୍ରକାରର ଅଭିନୟ ଦେଖିବାକୁ ପାଇବେ ଦର୍ଶକ । କମେଡି, ଫାଇଟିଙ୍ଗ ସହ ଭରପୁପ ରୋମାନ୍ସ ଦେଖିବାକୁ ମିଳିବ ଏହି ଚଳଚ୍ଚିତ୍ରରେ । ତେବେ ଏକ ନୂଆ ତରିକାରେ ଆସୁଛି ଚଳଚ୍ଚିତ୍ର ''ଆଇଆଇସି ଧୀରେନ'' । ତେବେ ଏହି ଫିଲ୍ମକୁ ନିଶ୍ଚିନ୍ତ ଭାବେ ଦେଖିବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ସାହୁ । ଏହାସହ ଖୁବଶୀଘ୍ର ରିଲିଜ ହେବ ''ମୋର ଡ୍ରିମ'' ।

ଏନେଇ ଅଭିନେତ୍ରୀ ଅର୍ପିତା ସାହୁ କହିଛନ୍ତି, '' ଏ ଫିଲ୍ମକୁ ବହୁ ଭାବରେ ସପୋର୍ଟ କରନ୍ତୁ । କାରଣ ଫିଲ୍ମର ଏବେ ଯେଉଁ ପରିସ୍ଥିତି ଚାଲିଛି ତାହା ସମସ୍ତଙ୍କୁ ଜଣା । ତେଣୁ ଦର୍ଶକ ହିଁ ଚାହିଁଲେ ଆମେ ଆଗକୁ ଯାଇପାରିବୁ''। ''ଆଇଆଇସି ଧୀରେନ'' ଫିଲ୍ମଟି ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ସବୁ ଯୁବପିଢ଼ିଙ୍କ ପାଇଁ ଏହା ଚଳଚ୍ଚିତ୍ରଟି ଆସୁଛି ।’’


ଆସନ୍ତା ଦୀପାବଳୀରେ ଏହି ''ଆଇଆଇସି ଧୀରେନ'' ଫିଲ୍ମଟି ପ୍ରେକ୍ଷାଳୟରେ ରିଲିଜ ହେବ । ଯାହାର ଟ୍ରେଲର ବଡ଼ ଆକାରରେ ରିଲିଜ ହୋଇଛି । ଏହି ଦୁଇଟି ଚଳଚ୍ଚିତ୍ରକୁ ବହୁତ ଶୀଘ୍ର ଦର୍ଶକ ପ୍ରେକ୍ଷାଳୟରେ ଦେଖିବାକୁ ପାଇବେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details