ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରକୁ ସୁନ୍ଦର ସହରରେ ପରିଣତ କରିବା ପାଇଁ ଚାଲିଛି ପୋଷ୍ଟର୍ ଚିରା ଅଭିଯାନ । ମହାନଗର ନିଗମ ପକ୍ଷରୁ ଏହାକୁ ଟିମ କ୍ଳିନ ସିଟି ନାମରେ କରାଯାଇଥିବା ବେଳେ ଏଥିରେ ଦିନକୁ ଦିନ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହେଉଥିବା ଦେଖାଯାଉଛି ।
ତେବେ ସହରର ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇ ସହରକୁ ସୁନ୍ଦର କରିବାର ଉଦ୍ୟମ ଜାରି ରଖିଛନ୍ତି । ଏହାସହ ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ଏବଂ ଛୋଟ ଛୋଟ ହୋଡିଙ୍ଗ ହଟାଇ ଦିଆଯାଉଥିବା ଦେଖାଯାଇଛି ।