ଓଡିଶା

odisha

ETV Bharat / city

ଜାନିବିଲି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ତେଜୁଛି ରାଜନୀତି - ଜାନିବିଲି ପ୍ରକଳ୍ପ

ଜାନିବିଲି ପ୍ରକଳ୍ପ ଉଦଘାଟନକୁ ନେଇ ରାଜନୀତି। କାମ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଉଦଘାଟନ ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ। ନିର୍ବାଚନକୁ ଆଖିଆଗରେ ରଖି ତରବରିଆ କାମ କରାଯାଉଥିବା ଅଭିଯୋଗ କରିଛି ବ୍ରହ୍ମପୁର ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Feb 22, 2019, 12:35 PM IST

ବ୍ରହ୍ମପୁର: ତରବରିଆ ଜାନିବିଲି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ବିରୋଧ କରିଛି ବ୍ରହ୍ମପୁର ବିଜେପି। ନିର୍ବାଚନ ପୂର୍ବରୁ ଭୋଟ ପାଇଁ ଅଧପନ୍ତରିଆ ଭାବରେ ଏହାକୁ ଶାସକ ବିଜେଡ଼ି ଉଦଘାଟନ କରିବାକୁ ଲକ୍ଷ୍ୟ ରଖିଥିବା ଦଳ ଅଭିଯୋଗ କରିଛି । ଆଉ ଏହାକୁ ବିରୋଧ କରି ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି ।

ବ୍ରହ୍ମପୁରବାସୀଙ୍କ ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ ନିର୍ମାଣ ହେଉଛି ଜାନିବିଲି ପ୍ରକଳ୍ପ। ଖୁବଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ନିର୍ବାଚନ ପୂର୍ବରୁ ଏହାକୁ ଉଦଘାଟନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ହେଲେ ସ୍ଥାନୀୟ ବିଜେପି ଏହାକୁ ବିରୋଧ କରିଛି । ଦଳର କହିବା କଥା ହେଲା, ତରବରିଆ ଭାବରେ କାମ କରାଯାଉଛି। ଅଧପନ୍ତରିଆ ଅବସ୍ଥାରେ ଏହାକୁ କାର୍ଯ୍ୟକାରୀ ନକରି ପ୍ରଥମେ ସମ୍ପୂର୍ଣ୍ଣ କାମ କରାଯାଉ। ପ୍ରତ୍ୟେକ ୱାର୍ଡରେ ଓଭରହେଡ ଟ୍ୟାଙ୍କ ନିର୍ମାଣ ହେଉ। ଏହା ପରେ ଯାଇ ଏହି ପ୍ରକଳ୍ପରଉଦଘାଟନ ହେଉ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏନେଇ ଦଳର ପୂର୍ବତନ ମହାନଗର ସଭାପତି ରାମ କୁମାର ପାତ୍ରଙ୍କ ନେତୃତ୍ବରେ ଦଳ ବିକ୍ଷୋଭ କରିଥିଲା । ଆଗାମୀ ଦିନରେ ଏହା ଉପରେ ଗୁରୁତ୍ବ ଦିଆନଗଲେ ଅନଶନ କରିବାକୁ ଚେତାବନୀ ଦେଇଛି ଦଳ । ଆରଡିସିଙ୍କ ଜରିଆରେ ରାଜ୍ୟପାଳଙ୍କ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details