ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ ନକଲି ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବିପୁଳ ପରିମାଣର ମଦ ଜବତ କରାଯାଇଛି । ଅବକାରୀ ବିଭାଗର କମିଶନର ଆଶିଷ କୁମାର ସିଂ ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ସହରରେ ନକଲି ମଦ କାରବାରକୁ ରୋକିବା ପାଇଁ ଏଭଳି ଚଢାଉ ଜାରି ରହିଛି ।
ମଦ କାରବାରକୁ ରୋକିବା ପାଇଁ କ୍ରମାଗତ ଭାବରେ ଚଢ଼ାଉ କରାଯାଇଥିବା ବେଳେ ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ବ୍ରହ୍ମପୁର ସହର ଉପକଣ୍ଠ ବାଲିପଡା ଅଞ୍ଚଳରେ ଚଢ଼ାଉ କରିଥିଲେ । ପ୍ରଥମେ ଏଭଳି ନକଲି ଚୋରାମଦ କାରବାର ଘଟଣାରେ ସଂପୃକ୍ତ ରହିଥିବା ଅଭିଯୁକ୍ତ ଦୀପକ ପ୍ରଧାନଙ୍କୁ ଗିରଫ କରିବା ପରେ ତା ନିକଟରୁ ନକଲି ମଦ ଧରାପଡିଥିଲା । ଏହା ପରେ ଗିରଫ ଦୀପକର ଲିଙ୍କରେ ରହିଥିବା ରାଜାରାମ ସାହୁଙ୍କୁ ଗିରଫ କରିଥିଲେ ଟିମ ।