ବ୍ରହ୍ମପୁର: ଶାରଦୀୟ ପୂଜା ଆସିଲେ ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଜମିଥାଏ ଜୁଆ ଆଡ୍ଡା । ଏହାକୁ ନେଇ ଗତ କିଛିଦିନ ଧରି ପୋଲିସ ପକ୍ଷରୁ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଉଛି । ଗୁରୁବାର ରାତିରେ ସହରର ଭିମାରାଓ ପେଟାରେ ଚାଲିଥିବା ଏକ ବଡ ଧରଣର ଜୁଆ ଖେଳ ଉପରେ ଅତର୍କିତ ଚଢ଼ାଉ କରାଯାଇ ୧୫ ଜୁଆଡିଙ୍କୁ ଗିରଫ କରିଛି ପୋଲିସ ।
ଜୁଆ ଆଡ୍ଡାରେ ଚଢ଼ାଉ: ୧୫ ଜୁଆଡି ଗିରଫ, ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ - ବ୍ରହ୍ମପୁର ଜୁଆ ଆଡ୍ଡାରେ ଚଢ଼ାଉ
ବ୍ରହ୍ମପୁର ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ । ୧୫ ଗିରଫ ୭ ଲକ୍ଷ ୬୮ ହଜାର ଟଙ୍କା ସହ ବହୁ ମୋବାଇଲ ଓ ମୋଟର ସାଇକେଲ ଜବତ କରିଛି ପୋଲିସ ।

ଜୁଆ ଆଡ୍ଡା ଉପରେ ଚଢ଼ାଉ
ଏହସହ ନଗଦ ୭ ଲକ୍ଷ ୬୮ ହଜାର ଟଙ୍କା ଏବଂ ୧୬ ଟି ମୋବାଇଲ ସହ 5ଟି ମୋଟର ସାଇକେଲ ଜବତ କରାଯାଇଛି । ଟାଉନ ଥାନା ପୋଲିସ ପକ୍ଷରୁ ଏହି ଚଢାଉ କରାଯାଇଥିବା ବେଳେ ଶୁକ୍ରବାର ଗିରଫଦାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବ୍ରହ୍ମପୁର ଏସଡିପି ଓ ସୂଚନା ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ