ଓଡିଶା

odisha

ETV Bharat / city

ତହସିଲଦାରଙ୍କୁ ଦୁର୍ବ୍ୟବହାର ମାମଲା, ଏତଲା ପରେ ପୋଲିସ ପକ୍ଷରୁ ଫ୍ଳାଗମାର୍ଚ୍ଚ - ganjam

ଗଞ୍ଜାମ- ତହସିଲଦାରଙ୍କୁ ଦୁର୍ବ୍ୟବହାର ମାମଲା, ଥାନାରେ ଏତଲା ପରେ ପୋଲିସ ପକ୍ଷରୁ ଫ୍ଳାଗମାର୍ଚ୍ଚ ଗିରଫ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ହୋଇଛି । ଅଧିକ ପଢନ୍ତୁ..

ତହସିଲଦାରଙ୍କୁ ଦୁର୍ବ୍ୟବହାର ମାମଲା , ଏତଲା ପରେ ପୋଲିସ ପକ୍ଷରୁ ଫ୍ଳାଗମାର୍ଚ୍ଚ
ତହସିଲଦାରଙ୍କୁ ଦୁର୍ବ୍ୟବହାର ମାମଲା , ଏତଲା ପରେ ପୋଲିସ ପକ୍ଷରୁ ଫ୍ଳାଗମାର୍ଚ୍ଚ

By

Published : Aug 25, 2020, 6:32 AM IST

ବ୍ରହ୍ମପୁର: କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ଗଣେଷ ପୂଜା କରିବା ସହ ରାତ୍ର ସମୟରେ ଦୋକାନ ଖୋଲି ବ୍ୟବସାୟ କରାଯାଉଥିବା ଅଭିଯୋଗରେ ଚଢାଉ କରିବାକୁ ଯାଇଥିବା ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଚୌଧୁରୀ ଟିକରପଡ଼ା ଗ୍ରାମରେ ତହସିଲଦାରଙ୍କୁ ଦୁର୍ବ୍ୟବହାର ମାମଲାକୁ ନେଇ ଥାନାରେ ଏତଲା ପରେ ପୋଲିସ ପକ୍ଷରୁ ଗ୍ରାମରେ କରାଯାଇଛି ଫ୍ଳାଗମାର୍ଚ୍ଚ । ସେପଟେ ୨୦ ଜଣଙ୍କ ନାମରେ ମାମଲା ରୁଜୁ ହେବା ପରେ ଗିରଫ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଥିବା ଦେଖାଯାଇଛି ।

ତହସିଲଦାରଙ୍କୁ ଦୁର୍ବ୍ୟବହାର ମାମଲା , ଏତଲା ପରେ ପୋଲିସ ପକ୍ଷରୁ ଫ୍ଳାଗମାର୍ଚ୍ଚ

ଶନିବାର ରାତ୍ରରେ ଦିଗପହଣ୍ଡି ତହସିଲଦାର ପ୍ରତି ହୋଇଥିବା ଦୁର୍ବ୍ୟବହାର ସହ ଗାଡି ଭଙ୍ଗାରୁଜା ମାମଲାରେ କେ .ନୂଆଗାଁ ଥାନାରେ ମାମଲା ରୁଜ ହୋଇଥିବା ଯୋଗୁଁ ସୋମବାର ସ୍ଥାନୀୟ ପୋଲିସ ପକ୍ଷରୁ ଏଭଳି ଫ୍ଲାଗମାର୍ଚ୍ଚ କରାଯାଇଥିଲା । ସୂଚନାନୁଯାୟୀ ଜିଲ୍ଲା ପ୍ରଶାସନ ନିକଟକୁ ଏଭଳି ଅଭିଯୋଗ ଆସିବା ସହ ଗଣେଶ ପୂଜା ବନ୍ଦ କରିବା ପାଇଁ ସମସ୍ତ ବ୍ଲକ ପ୍ରଶାସନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିଲା ।

ତହସିଲଦାରଙ୍କୁ ଦୁର୍ବ୍ୟବହାର ମାମଲା , ଏତଲା ପରେ ପୋଲିସ ପକ୍ଷରୁ ଫ୍ଳାଗମାର୍ଚ୍ଚ

କିନ୍ତୁ ଉକ୍ତ ଗ୍ରାମରେ କୋଭିଡ କଟକଣା ନିୟମକୁ ନମାନି ଗଣେଶ ପୂଜା ପାଳନ କରୁଥିବା ବେଳେ ସ୍ଥାନୀୟ ତହସିଲଦାର ଏବଂ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପହଞ୍ଚି ପୂଜାର୍ଚ୍ଚନା ବନ୍ଦ କରିଥିଲେ । ଏହାକୁ ବିରୋଧ କରି ଗ୍ରାମରେ ବହୁ ବ୍ୟକ୍ତିବିଶେଷ ତହସିଲଦାରଙ୍କୁ ଘେରାଉ କରି ବିଭିନ୍ନ ଅସଭ୍ଯ ପ୍ରକାରେ ଗାଳିଗୁଲଜ କରିଥିଲେ । ବାରବିବାର ଦିନ ଏନେଇ ତହସିଲଦାର ଶ୍ରୀ ସ୍ବାଇଁ କେ.ନୂଆଗାଁ ଥାନାରେ ୨୦ ଜଣକ ନାମରେ ଏତଲା ଦେଇଥିଲେ । ଏହି ପୋଲିସର ଫ୍ଲାର୍ଗମାର୍ଚ୍ଚ ସମୟରେ ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ , ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ଉପସ୍ଥିତି ରହିଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details