ଓଡିଶା

odisha

ETV Bharat / city

Digapahandi Double Murder: ପରାଜୟରୁ ହୋଇଥିଲା ହତ୍ୟା, ମୁଖ୍ୟ ଖଳନାୟକ ସମେତ 9 ଗିରଫ - ଦିଗପହଣ୍ଡି ଡବଲ ମର୍ଡର ଘଟଣା

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଡବଲ ମର୍ଡର ଘଟଣା । ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଅଧିକ ପଢନ୍ତୁ

ଦିଗପହଣ୍ଡି ଡବଲ ମର୍ଡର ଘଟଣା, ମୁଖ୍ୟ ଷଡଯନ୍ତ୍ରକାରୀ ପ୍ରଶାନ୍ତଙ୍କ ସମେତ ୯ ଗିରଫ
ଦିଗପହଣ୍ଡି ଡବଲ ମର୍ଡର ଘଟଣା, ମୁଖ୍ୟ ଷଡଯନ୍ତ୍ରକାରୀ ପ୍ରଶାନ୍ତଙ୍କ ସମେତ ୯ ଗିରଫ

By

Published : May 4, 2022, 7:29 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଡବଲ ମର୍ଡର ଘଟଣା । ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଏ ନେଇ ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର । ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ଗଞ୍ଜେଇ ଚୋରା ଚାଲାଣ ଏବଂ ବେଆଇନ ସାଗୁଆନ୍ କାଠ ବ୍ୟବସାୟ କରୁଥିବା ପୋଲିସ ଚଢାଉ ସମୟରେ ଜବତ କରିଥିବା ଜଣାପଡ଼ିଛି ।

ଡବଲ ମର୍ଡର ପଛର କାରଣ:-

ଗତ ୨୩ ତାରିଖ ରାତ୍ର ସମୟରେ ଚଷା ନିମଖଣ୍ଡି ପଞ୍ଚାୟତରେ ପାଳଝରି ଠାରେ ହୋଇଥିବା ଡବଲ ମର୍ଡର ଘଟଣା ପଛର କାରଣ ଗତ ପଞ୍ଚାୟତ ନିର୍ବାଚନରେ ପରାଜୟ ହେବା ବୋଲି ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିବା କୁହାଯାଇଛି । ହତ୍ୟାର ମୁଖ୍ୟ ଷଡଯନ୍ତ୍ରକାରୀ ପ୍ରଶାନ୍ତ ଗୌଡଙ୍କ ଧର୍ମପତ୍ନୀ ରବି ଗୌଡ ଗତ ପଞ୍ଚାୟତ ନିର୍ବାଚନରେ ନିମଖଣ୍ଡି ପଞ୍ଚାୟତର ସରପଞ୍ଚ ଭାବରେ ପ୍ରତିଦ୍ବନ୍ଦିତା କରିଥିଲେ । ନିର୍ବାଚନ ଫଳାଫଳ ବାହାରିବା ପରେ ପ୍ରଶାନ୍ତଙ୍କ ପତ୍ନୀ ମାତ୍ର ୪ ଖଣ୍ଡ ଭୋଟରେ ପରାଜୟ ହେବା ଏବଂ ପ୍ରଶାନ୍ତ ନିର୍ବାଚନରେ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଥିବାରୁ ଏହାକୁ ନେଇ ପ୍ରତିଶୋଧ ନେବା ପାଇଁ ସ୍ଥିର କରି ଏପରି ଏକ ହତ୍ୟା କରିବାକୁ ଯୋଜନା କରିଥିବା ଜଣାପଡିଛି ।

ମର୍ଡର ପାଇଁ ସୁପାରି:

ହତ୍ୟାକାଣ୍ଡ ଦିନ ପ୍ରଶାନ୍ତ ନିୟୋଜିତ କରିଥିବା ତିନି ସୁପାରି କିଲର ଘଟଣାସ୍ଥଳରେ ଅପେକ୍ଷା କରି ରହିଥିଲେ । ଯାହାକି ଦୁଇ ଜଣ ସୁଧିର ପାତ୍ର ଏବଂ ସୁଦର୍ଶନ ସୁଆର ନିମଖଣ୍ଡି ପେଣ୍ଠକୁ ଏକ ସାମାଜିକ ଉତ୍ସବରୁ ଫେରିବା ସମୟରେ ଗ୍ରାମର ନିକଟବର୍ତ୍ତୀ ସୌରା ପାହାଡ ନିଛାଟିଆ ସ୍ଥାନରେ ଲୁହା ରଡ, ପଥର ଧରି ମାରଣାତ୍ମକ ଆକ୍ରମଣ କରିଥିଲେ । ଯାହାକି ଘଟଣାସ୍ଥଳରେ ତିନି ଗିରଫ ଅଭିଯୁକ୍ତ ବୁଡୁ ଦାଶ, ବି.ଦେବ ରେଡି ଓ କୁନ୍ନା ଗୌଡ ରହିଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

ପୋଲିସ ପାଇଁ ରହିଥିଲା ଚ୍ୟାଲେଞ୍ଜ:

ଗତ ୨୩ ତାରିଖ ଦିନ ରାତ୍ରରେ ଦିଗପହଣ୍ଡିର ନିମଖଣ୍ଡି ପଞ୍ଚାୟତର ସୁର ପାହାଡର ନିଚ୍ଛାଟିଆ ସ୍ଥାନରେ ହୋଇଥିବା ହତ୍ୟା ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ରହିଥିଲା । ଏହା ଏକ ସୁଚିନ୍ତିତ ହତ୍ୟା ହୋଇଥିବାରୁ ପୋଲିସ ବିଭିନ୍ନ ଲୋକଙ୍କ ସହଯୋଗରେ ଏବଂ ସ୍ୱତନ୍ତର ଟିମ୍ ମୁତୟନ କରାଯାଇ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପ୍ରାୟ ୮ ରୁ ୧୦ ଦିନ ସମୟ ଲାଗିଥିଲେ । ବ୍ରହ୍ମପୁର ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ରହ୍ମପୁରର ଅତିରିକ୍ତ ଏସ୍.ପି ଅସୀମ ପଣ୍ଡା ନିଜେ ଘଟଣାକୁ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ପୋଲିସ ମୁଖ୍ୟାଳୟର ଜଣେ ଡି.ଏସ୍.ପି , ଚିକିଟି ଏସ୍.ଡି.ପି.ଓ, ସାଇବର ଟିମ୍, ବଡବଜାର ଥାନା ପୋଲିସ ,ଟାଉନ୍ ଥାନା ଭଳି ବିଭିନ୍ନ ଟିମ୍ ଏହି ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ସହ ଏହାର ପ୍ରମାଣ ସଂଗ୍ରହ କରିଥିଲେ ।

ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ:

ଏହି ଘଟଣାର ତଦନ୍ତ ସମୟରେ ପୋଲିସ ଘଟଣାର ମୁଖ୍ୟଷଡଯନ୍ତ୍ରକାରୀ ପ୍ରଶାନ୍ତ ଗୌଡ ଦୀର୍ଘ କିଛି ବର୍ଷ ଧରି ଗଞ୍ଜେଇ କାରବାର କରି ଆସୁଥିବା ଜାଣିପାରିଥିଲା । ଗଜପତି ଜିଲ୍ଲାରେ ରହିଥିବା ୨୦୧୮ ମସିହାର ଏକ ମାମଲାକୁ ନେଇ ଖୋଳତାଡ କରିବା ସହିତ ତାରି ଘରୁ ଦୁଇ ଶହ ଗଞ୍ଜେଇ ଜବତ କରିଥିବା ବେଳେ ବେଆଇନ ଭାବରେ ବହୁ ପରିମାଣର ଶାଗୁଆନ୍ କାଠ ରଖିଥିବା ନେଇ ଏକ ମାମଲା ରୁଜ କରିବା ସହିତ ତାହାର କେତେ ପରିମାଣର ସମ୍ପତ୍ତି ରହିଛି ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହାର ଖୋଳତାଡ କରୁଛି । ଏପରିକି ପ୍ରଶାନ୍ତ ଘରେ ଲୁଚି ରହିଥିବା ଘଟଣାର ଅନ୍ୟତମ ଅଭିଯୁକ୍ତ ସୁମନ୍ତ କୁମାର ନାୟକଙ୍କୁ ମଧ୍ୟ ପୋଲିସ ଗିରଫ କରିବା ସହିତ ତାଙ୍କ ଘରୁ ଏକ କାର, ଗୋଟିଏ ଟାକ୍ଟର, ଗୋଟିଏ ବୁଲେଟ୍ ଜବତ କରାଯାଇଛି ।

ହତ୍ୟା ପରେ ଫେରାର ରହିଥିଲା ପ୍ରଶାନ୍ତ:-

ହତ୍ୟାକାଣ୍ଡ ପରେ ଫେରାର ରହିଥିଲା ମୁଖ୍ୟ ଷଡଯନ୍ତ୍ରକାରୀ ପ୍ରଶାନ୍ତ ଗୌଡ । ପ୍ରଶାନ୍ତର ମୁଖ୍ୟ ସହଯୋଗୀ ସୁମନ୍ତ କୁମାର ନାହାକ । 7ରୁ 8ଦିନ ବିଭିନ୍ନ ସ୍ଥାନରେ ରହିଛନ୍ତି । ଗଜପତିରୁ ରାୟଗଡା ହୋଇ କୋରାପୁଟ ଯାଇଥିଲା । ସୁମନ୍ତର ସାହାଯ୍ୟରେ ବିଭିନ୍ନ ସ୍ଥାନରେ ରହିଛନ୍ତି । ଯାହାକୁ ରିମାଣ୍ଡରେ ଆଣିବା ପରେ ସେହି ସ୍ଥାନକୁ ଯାଇ ତଦନ୍ତ କରିବେ ପୋଲିସ ଟିମ୍ । ବର୍ତ୍ତମାନ ମଧ୍ୟ ପୋଲିସ ନଜରରେ ଆହୁରି ଅନେକ ରହିଥିବା ବେଳେ କୌଣସି ପ୍ରମାଣ ମିଳିଲେ ଆହୁରୀ ଗିରଫ ହେବେ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍.ପି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details