ବ୍ରହ୍ମପୁର:ଝାଡ଼ଖଣ୍ଡର ଦୁଇ ଯୁବକଙ୍କଙ୍କୁ ଅପହରଣ କରି ଲୁଟ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଗିରଫ ଯୁବକ ଜଣକ କେ. ନୂଆଗାଁ ଥାନା ଦେଖାଳି ଗ୍ରାମର ପ୍ରତାପ ପ୍ରଧାନଙ୍କ ପୁତ୍ର ୨୩ ବର୍ଷୀୟ କୁନା ପ୍ରଧାନ ବୋଲି ସୂଚନା ମିଳିଛି ।
ସୂଚନାଅନୁସାରେ, ଝାରଖଣ୍ଡ ରାଞ୍ଚିର ନରେଶ ସାହୁ ଓ କ୍ରିଷ୍ଣା କୁମାର ଗତ ମଙ୍ଗଳବାର ଦିନ ଏକ କାର୍(JH 01DV4511) ଯୋଗେ ଗୁଣପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ସେହି ସମୟରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଖାକିପଡ଼ା ନିକଟରେ କିଛି ବ୍ୟକ୍ତି ତାଙ୍କୁ ଅଟକାଇ ଥିଲେ। ୮ ଜଣ କଳାମୁଖା ଯୁବକ ଆସି ଉକ୍ତ ଦୁଇ ଯୁବକଙ୍କୁ ମାରାଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ସେମାନଙ୍କୁ କାର ଯୋଗେ ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲେ । ଦୀର୍ଘ ୪ ଘଣ୍ଟା ସେମାନଙ୍କୁ ଅଟକାଇ ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ତେବେ ଟଙ୍କା ନଥିବାରୁ ଦୁର୍ବୃତ୍ତମାନେ ଫୋନ ପେ ମାଧ୍ୟମରେ ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ଯାହାଫଳରେ ସେମାନେ ଭୟଭୀତ ହୋଇ ତାଙ୍କ ସହଯୋଗୀଙ୍କୁ ଠାରୁ ଟଙ୍କା ମାଗିଥିଲେ । ୩ ଲକ୍ଷ ୧୫ ହଜାର ଟଙ୍କା ଆକାଉଣ୍ଟକୁ ଆସିବା ପରେ ଲୁଟେରାମାନେ ସେମାନଙ୍କୁ ବ୍ରହ୍ମପୁର ନେଇ ଭୁବନେଶ୍ଵରର ଯାଉଥିବା ଏକ ବସରେ ବସାଇଥିଲେ ।