ଓଡିଶା

odisha

ETV Bharat / city

କର୍କଟ ଚିକିତ୍ସା ନେଇ ଓଡ଼ିଆ ଡାକ୍ତରଙ୍କ ସହ ଆଲୋଚନା କଲେ ମୋଦି - ପଞ୍ଜାବର ମୋହାଲି ସ୍ଥିତ ହୋମି ଭାବା କ୍ୟାନସର ହସ୍ପିଟାଲ

ପଞ୍ଜାବର ମୋହାଲି ମୋଲାନ୍ଦପୁର ସ୍ଥିତ ହୋମି ଭାବା କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟରର ଅତ୍ୟାଧୁନିକ ମେସିନର ଉଦଘାଟନ ସମୟରେ ଓଡ଼ିଆ ଡାକ୍ତରଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢ଼ନ୍ତୁ

pm modi discuss over cancer treatment with odia doctor
କର୍କଟ ଚିକିତ୍ସା ନେଇ ଓଡ଼ିଆ ଡାକ୍ତରଙ୍କ ସହ ଆଲୋଚନା କଲେ ମୋଦି

By

Published : Aug 29, 2022, 8:08 AM IST

ବ୍ରହ୍ମପୁର: "ମୁଁ ବିଶ୍ବାସ କରିନଥିବା ପ୍ରଶ୍ନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ପଚାରିଥିଲେ" । ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏପରି କହିଛନ୍ତି ଜଣେ ଓଡ଼ିଆ ଡାକ୍ତର (pm modi discuss with odia doctor ) । ଗତ 24 ତାରିଖରେ ମୋଦି ପଞ୍ଜାବର ମୋହାଲି ମୋଲାନ୍ଦପୁର ସ୍ଥିତ ହୋମି ଭାବା କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟରର (pm modi inaugurates homi bhaba cancer hospital) ରେଡିଏସନ୍ ଅଙ୍କ୍ରୋଲୋଜି ବିଭାଗକୁ ଆସିଥିବା ଅତ୍ୟାଧୁନିକ ମେସିନର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେଠାରେ କାର୍ଯ୍ୟରତ ଓଡ଼ିଆ ବରିଷ୍ଠ ଚିକିତ୍ସକ ଡା.ତାପସ ଦୋରାଙ୍କ ସହ ଆଲୋଚନା କରିଥିଲେ ।

କର୍କଟ ଚିକିତ୍ସା ନେଇ ଓଡ଼ିଆ ଡାକ୍ତରଙ୍କ ସହ ଆଲୋଚନା କଲେ ମୋଦି

ପ୍ରଧାନମନ୍ତ୍ରୀଙ୍କୁ ଲିନିୟର ଏକ୍ସଲେଟର ମେସିନର ବ୍ୟବହାର ଉପରେ ବରିଷ୍ଠ ଚିକିତ୍ସକ ଡା.ତାପସ ଦୋରା ଅବଗତ କରାଇଥିଲେ । କର୍ଟକ ରୋଗ ଏବଂ ଏହାର ଚିକିତ୍ସା ନେଇ ଆଲୋଚନା କରିଥିଲେ । କର୍କଟ ରୋଗର ଚିକିତ୍ସା ପାଇଁ ଜଣେ ଓଡିଆ ଡାକ୍ତର ଭାବରେ କାର୍ଯ୍ୟରତ ଡା.ତାପସ ଦୋରା ଗତ 10 ବର୍ଷ ଟାଟା ମୋମୋରିଆଲ ହସ୍ପିଟାଲ ସହିତ ଜଡିତ ନୂତନ ହସ୍ପିଟାଲ ପଞ୍ଜାବର ମୋହାଲି ମୋଲାନ୍ଦପୁର ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହିତ ଦେଖାହେବା ଜୀବନର ଏକ ବଡ ସ୍ମରଣୀୟ ମୂହୁର୍ତ୍ତ ବୋଲି କହିଛନ୍ତି ।

ଏନେଇ ସେ କହିଛନ୍ତି, "ଗତ ତିନି ମାସ ଧରି 70 ଜଣ କର୍କଟ ରୋଗୀଙ୍କ ଚିକିତ୍ସା ଚାଲୁଥିବାବେଳେ ବେଳେ ଦୈନିକ 50 ଜଣ ଚିକିତ୍ସିତ ହେଉଛନ୍ତି। କର୍କଟ ରୋଗକୁ ନେଇ ଲୋକଙ୍କ ମଧ୍ୟରେ ଯେଉଁ ଭୟ ରହିଛି, ତାର ଆବଶ୍ୟକତା ନାହିଁ । ବର୍ତ୍ତମାନ ଚିକିତ୍ସା ପାଇଁ ରୋଗୀଙ୍କୁ ବିଦେଶ ଯିବାକୁ ପଡ଼ିବ ନାହିଁ । ଭାରତରେ ମଧ୍ୟ ନୂତନ ଜ୍ଞାନକୌଶଳରେ ଅତ୍ୟାଧୁନିକ ଚିକିତ୍ସା ଦ୍ବାରା ରୋଗୀ ସୁସ୍ଥ ହୋଇପାରିବ ।" ବହୁ ସମୟରେ ମଣିଷ ମଧ୍ୟରେ କର୍କଟ ରୋଗ ଚିହ୍ନଟ ପରେ ଚିକିତ୍ସା ପାଇଁ ବିଳମ୍ବ ହୋଇଥାଏ । ତେଣୁ ରୋଗୀ ପ୍ରଥମ କିମ୍ବା ଦ୍ବିତୀୟ ପର୍ଯ୍ୟାୟରେ ଡାକ୍ତରଙ୍କ ପରାମର୍ଶ ନେଲେ ସୁଫଳ ମିଳିବ ବୋଲି ଡାକ୍ତର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ବ୍ରହ୍ମପୁର MKCG ମେଡିକାଲ ପ୍ଲାଷ୍ଟିକ୍ ସର୍ଜରୀ ଓ୍ୱାର୍ଡରେ ଅଗ୍ନିକାଣ୍ଡ

ଗଞ୍ଜାମ ଜିଲ୍ଲାର ଆସିକା ବାଲିପଦର ଅଞ୍ଚଳର ଡା.ତାପସ ଦୋରା ବ୍ରହ୍ମପୁର ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଶିକ୍ଷା ସମାପ୍ତ ପରେ କଟକରେ ଏମବିବିଏସ୍ ଏବଂ ଆଚାର୍ଯ୍ୟ ହରିହରରେ ଏଡି ଶିକ୍ଷା ଶେଷ କରି ଦୀର୍ଘ ବର୍ଷ ଧରି ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କାର୍ଯ୍ୟ କରି ଆସିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ଆଲୋଚନା ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ , ଟାଟା ମେମୋରିଆଲର ବମ୍ବେ ମୁଖ୍ୟ ଚିକିତ୍ସାଳୟର ନିର୍ଦ୍ଧେଶକ ଡାକ୍ତର ରାଜେନ୍ଦ୍ର ବଡୱୋ, ଉପନିର୍ଦ୍ଧେଶକ ଡାକ୍ତର ଆଶିଷ କୁଲିଆ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details