ବ୍ରହ୍ମପୁର:ରାଜ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି +3 ନାମଲେଖା ପ୍ରକ୍ରିୟା । ଚଳିତବର୍ଷର ପ୍ରଥମ କର୍ଟଅଫ ମାର୍କ ପ୍ରକାଶ ପାଇଥିବା ତାଲିକାରେ ବିଭିନ୍ନ ମହାବିଦ୍ୟାଳୟ ପାଇଁ ଚୟନ ହୋଇଥିବା ବିଦ୍ୟାର୍ଥୀମାନଙ୍କ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ମହାବିଦ୍ୟାଳୟରେ ବିଜ୍ଞାନ, ବାଣିଜ୍ୟ ଓ କଳାରେ ନାମ ଲେଖା ଆରମ୍ଭ ହୋଇଛି । ତେବେ ନାମଲେଖାବେଳେ କଲେଜ ପରିସରରେ କୋଭିଡ ଗାଇଡଲାଇନକୁ ଅନୁପାଳନ କରିବା ପାଇଁ ସ୍ବତନ୍ତ୍ର ଗୁରୁତ୍ବ ଦେଉଛନ୍ତି କଲେଜ କର୍ତ୍ତୃପକ୍ଷ ।
ବିଭିନ୍ନ କଲେଜରେ +3 ନାମଲେଖା ଆରମ୍ଭ - +3 admission started in Berhampur
ଆଜି ଠାରୁ ଆରମ୍ଭ ହୋଇଛି +3 ନାମଲେଖା ପ୍ରକ୍ରିୟା । ବ୍ରହ୍ମପୁର ସହରର ବିଭିନ୍ନ କଲେଜରେ ଆରମ୍ଭ ହୋଇଛି ନାମଲେଖା ପ୍ରକ୍ରିୟା । ଲଘୁଚାପ ବର୍ଷା ଯୋଗୁ ପିଲାଙ୍କ ସଂଖ୍ୟା କମ । କୋଭିଡ କଟକଣାକୁ ଦିଆଯାଉଛି ପ୍ରାଧାନ୍ୟ । ଅଧିକ ପଢନ୍ତୁ...
ବ୍ରହ୍ମପୁର ସହରର ବିଭିନ୍ନ କଲେଜରେ ଆରମ୍ଭ ହେଲା +3 ନାମଲେଖା
ନାମଲେଖା ସମୟରେ ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯିବା ସହ ସମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଉଛି । ଆସନ୍ତା ୪ ଦିନ ଅର୍ଥାତ ୧୬ ତାରିଖ ଯାଏ ଏହି ନାମଲେଖା ପ୍ରକ୍ରିୟା ଜାରି ରହିବ । ଅନ୍ୟପଟେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥିବା ଯୋଗୁଁ ନାମଲେଖାର ପ୍ରଥମ ଦିନରେ ବିଦ୍ୟାର୍ଥୀ ସଂଖ୍ୟା ମଧ୍ୟ କମ ଥିବା ଦେଖିବାକୁ ମିଳିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ