ବ୍ରହ୍ମପୁର: ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିରେ ଦୁର୍ଘଟଣାର ଶିକାର ହୋଇଛି ଏକ ପିକନିକ ବସ୍ । ଘାଟିରେ ବସ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 8 ଜଣ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଘାଟି ଦେଇ ଯାଉଥିବା ସମୟରେ ଏକ ମୋଟର ସାଇକେଲକୁ ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ବସଟି ଘାଟିରୁ ଓଲଟି ପଡିଥିଲା ।
ଘଟଣାସ୍ଥଳରେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପିକନିକ ପାଇଁ ଆସିଥିବା 15 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 8 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣା ପଡିଛି । ତେବେ ମୃତକ ଜଣକ ହେଉଛନ୍ତି ପାଟପୁର ଥାନା ଅନ୍ତର୍ଗତ ଘଷିଆମ୍ବ ଗ୍ରାମର ଅନୁଜ ମଣ୍ଡଳ । ସେ ନୟାଗଡରୁ ପିକନିକ କରିବା ପାଇଁ ଗଜପତିର ଚନ୍ଦ୍ରଗିରି ଖସଡା ଆସିଥିଲେ । ହେଲେ ଫେରୁଥିବା ବେଳେ ତପ୍ତପାଣି ଘାଟିରେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ ।