ଓଡିଶା

odisha

ETV Bharat / city

ହୋମ ଆଇସୋଲେସନରେ ଥିବା ବ୍ୟକ୍ତି ଏକା ରହିବାକୁ ପରାମର୍ଶ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସାମାନ୍ୟ କୋରୋନା ଲକ୍ଷଣ ଜନିତ ବ୍ୟକ୍ତି ବିଶେଷଙ୍କୁ ନିଜ ଗୃହରେ ଏକୁଟିଆ ରହିବାକୁ ପରାମର୍ଶ ଦିଆଯାଇଛି । ଯଦ୍ବାରା କୋରୋନା ସଂକ୍ରମଣକୁ ରୋକାଯାଇପାରିବ । ଅଧିକ ଖବର ପଢନ୍ତୁ...

By

Published : Jul 19, 2020, 10:37 PM IST

ହୋମ ଆଇସୋଲେସନରେ ଥିବା ବ୍ୟକ୍ତି ଏକା ରହିବାକୁ ପରାମର୍ଶ
ହୋମ ଆଇସୋଲେସନରେ ଥିବା ବ୍ୟକ୍ତି ଏକା ରହିବାକୁ ପରାମର୍ଶ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାମାନ୍ୟ କୋରୋନା ଲକ୍ଷଣ ଜନିତ ବ୍ୟକ୍ତି ବିଶେଷଙ୍କୁ ନିଜ ଗୃହରେ ଏକୁଟିଆ ରହିବାକୁ ପରାମର୍ଶ ଦିଆଯାଇଛି । ଯଦ୍ବାରା କୋରୋନା ସଂକ୍ରମଣକୁ ରୋକାଯାଇପାରିବ । କିନ୍ତୁ କେତେକ ବ୍ୟକ୍ତି ବିଶେଷ କୋରୋନା ଜନିତ ନିୟମକୁ ଉଲ୍ଲଙ୍ଘନ କରୁଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି ।

ହୋମ ଆଇସୋଲେସନରେ ଥିବା ବ୍ୟକ୍ତି ଏକା ରହିବାକୁ ପରାମର୍ଶ

ସେମାନେ ନିୟମ ଉଲ୍ଲଙ୍ଘନ କରି ବାହାରେ ବୁଲୁଥିବା ଦ୍ବାରା ଅନ୍ୟ ବ୍ୟକ୍ତି ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏଭଳି ବ୍ୟକ୍ତି ବିଶେଷଙ୍କ ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ସେମାନଙ୍କ ପ୍ରତି Epidemic Act-1897 ପ୍ରକାରେ Section 188 of the IPC ଏବଂ ଜରୁରୀ କାଳୀନ ପରିଚାଳନା ନିୟମ- 2005 ପ୍ରକାରେ ସେମାନଙ୍କ ବିପକ୍ଷରେ ଏତଲା ଦାୟର କରାଯିବ ଓ ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ତୁରନ୍ତ ସ୍ଥାନାନ୍ତର କରାଯିବ ।

ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଶିଶୁ ବିକାଶ ଯୋଜନା ଅଧିକାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଲିଖିତ ନିର୍ଦ୍ଦେଶ ଜାରି କରାଯାଇଛି । ଏପରିକି ହୋମ୍ ଆଇସୋଲେସନରେ ରହିଥିବା ବ୍ୟକ୍ତିବିଶେଷ କିଭଳି ଘରେ ରହି ସତର୍କ ରହିବେ ସେ ନେଇ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମଧ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ ସଚେତନତା କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details