ବ୍ରହ୍ମପୁର: ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ରଙ୍ଗେଲଲୁଣ୍ଡା ଅଞ୍ଚଳବାସୀ । ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭେଟିଥିଲେ ।
ଆଦର୍ଶ ବିଦ୍ୟାଳୟରେ ଯୁକ୍ତଦୁଇ ଶିକ୍ଷା ବ୍ୟବସ୍ଥା ଦାବି
ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦାବିରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟିଥିଲେ ରଙ୍ଗେଲଲୁଣ୍ଡା ଅଞ୍ଚଳବାସୀ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ରଙ୍ଗେଲଲୁଣ୍ଡା ବ୍ଳକର କରାପଲ୍ଲୀ ଠାରେ ଅବସ୍ଥିତ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ସରକାରଙ୍କ ପକ୍ଷରୁ ଗରିବ ବିଦ୍ୟାର୍ଥୀଙ୍କ ପାଇଁ ଉଚ୍ଚଶିକ୍ଷା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ଅଞ୍ଚଳବାସୀ । ଏହାର ସମାଧାନ ଯଥାଶୀଘ୍ର ନହେଲେ ଅଞ୍ଚଳବାସୀ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ