ଓଡିଶା

odisha

ETV Bharat / city

ଏ କେମିତିକା ବ୍ୟବସ୍ଥା ? ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯିବାକୁ ପଡୁଛି 15 କିଲୋମିଟର ଦୂର - ଗଞ୍ଜାମ ଖବର

ବାର୍ଦ୍ଧକ୍ୟ ଭତ୍ତା ଆଣିବା ପାଇଁ ବୟସ୍କଙ୍କୁ ଯିବାକୁ ପଡୁଛି ୧୫ କିଲୋମିଟର ଦୂର । ଅଭିଯୋଗ କଲେ କେହି ଗୁହାରି ଶୁଣୁ ନଥିବା ଅଭିଯୋଗ । ଅଧିକ ପଢନ୍ତୁ...

people in ganjam demands administration to look after smooth functioning of old-age allowance
ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯିବାକୁ ପଡୁଛି ୧୫ କିଲୋମିଟର ଦୂର, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

By

Published : Sep 26, 2020, 10:51 AM IST

ବ୍ରହ୍ମପୁର:ବାର୍ଦ୍ଧକ୍ୟ ଭତ୍ତା ଆଣିବା ପାଇଁ ବୟସ୍କ ମାନଙ୍କୁ ଯିବାକୁ ପଡୁଛି ୧୫ କିଲୋମିଟର ଦୂର । ଅଭିଯୋଗ କଲେ ମଧ୍ୟ କେହି ଗୁହାରି ଶୁଣୁ ନଥିବାରୁ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହୋଇଛି । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାର ରାମଗଡ ପଞ୍ଚାୟତର ନୂତନ ପୋଡୁମପେଟା ଗାଁରୁ । ଏଠାକାର ବୟସ୍କ ବ୍ୟକ୍ତି ମାନେ ଦୀର୍ଘ ୧୫ କିଲୋମିଟର ଦୂର ପାଳିବନ୍ଧ ପଞ୍ଚାୟତକୁ ଯିବାକୁ ପଡୁଛି ମାସିକ ଭତ୍ତା ଖଣ୍ତିକ ପାଇଁ ।

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯିବାକୁ ପଡୁଛି ୧୫ କିଲୋମିଟର ଦୂର, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

୨୦୧୦-୧୧ ମସିହାରେ ଅବିଭକ୍ତ ପାଳିବନ୍ଧ ପଞ୍ଚାୟତରେ ଥିବା ପୋଡୁମପେଟା ଗାଁ ସମୁଦ୍ର ଜୁଆର ମାଡ ଯୋଗୁଁ ଗ୍ରାମବାସୀଙ୍କୁ ସେଠାରୁ ବିସ୍ଥାପିତ ହେବାକୁ ପଡିଥିଲା ରାମଗଡ ପଞ୍ଚାୟତକୁ । ହେଲେ ବୟସ୍କ ବ୍ୟକ୍ତିବିଶେଷଙ୍କ ଭତ୍ତା ଆଣିବାକୁ ସେହି ପୁରୁଣା ପଞ୍ଚାୟତକୁ ଯିବାକୁ ପଡୁଛି । ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଏନେଇ ହିତାଧିକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details