ଓଡିଶା

odisha

ETV Bharat / city

ସବରେଜିଷ୍ଟାର ନିଯୁକ୍ତି ଦାବିରେ କଲମ ଛାଡ଼ ଆନ୍ଦୋଳନ - ଦଲିଲ ଲେଖକ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବି

ସ୍ଥାୟୀ ସବ୍-ରେଜିଷ୍ଟାର ନିଯୁକ୍ତି ଦାବିରେ କଲମ ଛାଡ଼ ଆନ୍ଦୋଳନ । ତ୍ରୁଟିପୂର୍ଣ୍ଣ ବେଞ୍ଚମାର୍କ ମୂଲ୍ୟାୟନକୁ ନେଇ ବିରୋଧ । ସବ୍-ରେଜିଷ୍ଟାର କାର୍ଯ୍ୟାଳୟ ସମୁଖରେ ଦଲିଲ ଲେଖକ ସଙ୍ଘ ପକ୍ଷରୁ ଆନ୍ଦୋଳନ । ଅଧିକ ପଢ଼ନ୍ତୁ

ସବରେଜିଷ୍ଟାର ନିଯୁକ୍ତି ଦାବିରେ କଲମ ଛାଡ଼ ଆନ୍ଦୋଳନ
ସବରେଜିଷ୍ଟାର ନିଯୁକ୍ତି ଦାବିରେ କଲମ ଛାଡ଼ ଆନ୍ଦୋଳନ

By

Published : Sep 15, 2022, 9:49 AM IST

ବ୍ରହ୍ମପୁର:ତ୍ରୁଟିପୂର୍ଣ୍ଣ ବେଞ୍ଚମାର୍କ ମୂଲ୍ୟାୟନ ବିରୋଧ ସହ ସ୍ଥାୟୀ ସବ୍-ରେଜିଷ୍ଟାର ନିଯୁକ୍ତି ଦାବିରେ କଲମ ଛାଡ଼ ଆନ୍ଦୋଳନ । ଏନେଇ ବ୍ରହ୍ମପୁର ଠାରେ ଦଲିଲ ଲେଖକ ସଙ୍ଘ କଲମ ଛାଡ଼ ଆନ୍ଦୋଳନ କରାଯାଇଛି । ସ୍ଥାନୀୟ ସବ୍-ରେଜିଷ୍ଟାର କାର୍ଯ୍ୟାଳୟ ସମୁଖରେ ଦଲିଲ ଲେଖକ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି ।

ଗତ କିଛି ବର୍ଷ ଧରି ବ୍ରହ୍ମପୁରରେ ତ୍ରୁଟିପୂର୍ଣ୍ଣ ବେଞ୍ଚ ମାର୍କ ମୂଲ୍ୟାୟନକୁ ନେଇ ଜନସାଧାରଣଙ୍କ ପକ୍ଷରୁ ବିଭିନ୍ନ ଫୋରମରେ ଆଇଜିଆରଙ୍କ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସାଂସଦ ଓ ବିଧାୟକଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ତାହାର ସମାଧାନ ହୋଇପାରିନାହିଁ ।

ସବରେଜିଷ୍ଟାର ନିଯୁକ୍ତି ଦାବିରେ କଲମ ଛାଡ଼ ଆନ୍ଦୋଳନ

ତେଣୁ ରାଜ୍ୟରେ ସବୁଠାରୁ ଅଧିକ ବେଞ୍ଚ ମାର୍କ ରହିଥିବାରୁ ଜନସାଧାରଣ ନାହିଁନଥିବା ହଇରାଣ ହରକତ ହେଉଛନ୍ତି । ସେହିପରି ବ୍ରହ୍ମପୁର ଭଳି ସହରରେ ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସ୍ଥାୟୀ ସବ୍-ରେଜିଷ୍ଟାର ନିଯୁକ୍ତ ହୋଇପାରିନଥିବାରୁ ଏଥିପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳରୁ ଜମି ଓ ଘର ପଞ୍ଜିକରଣ କରିବାକୁ ଆସୁଥିବା ବ୍ୟକ୍ତିବିଶେଷ ମାନେ ନାନା ସମସ୍ୟା ମଧ୍ୟରେ ହଇରାଣ ହେଉଛନ୍ତି । ଓରେରା ଆଇନକୁ ଭୁଲ ବାଖ୍ୟା କରି ଜନସାଧାରଣ ଦଲିଲ ରେଜିଷ୍ଟ୍ରି ନକରିବା ଭଳି ପ୍ରମୁଖ ଦାବିକୁ ନେଇ ଜନସାଧାରଣଙ୍କ ଆହ୍ୱାନ କ୍ରମେ ଏପରି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିଥିବା ବେଳେ ଏହାକୁ ସରକାର ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।

ଏହି ଅବସରରେ ଆନ୍ଦୋଳନରେ ସାମିଲ ହୋଇଥିବା କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ । ଗତ ୨୦୨୦ ମସିହାରୁ ବ୍ରହ୍ମପୁରରେ ଆଜି ପର୍ଯ୍ୟନ୍ତ ଗୋଟିଏ ଅଫିସର ମିଳୁନାହାନ୍ତି ଯାହାକୁ ସ୍ଥାୟୀ ସବରେଜିଷ୍ଟାର ଭାବେ ନିଯୁକ୍ତି ଦିଆଯାଇଛି । ଯଦି ଦୂରଦୁରାନ୍ତରୁ କେହି ଏଠାକୁ ଆସେ ତେବେ ଏଠାରେ ସବରେଜିଷ୍ଟାର ନଥିବାରୁ ନାନା ହଇରାଣ ହୋଇଥାଏ ।

ଖାଲି ସେତିକି ନୁହେଁ ଯେଉଁ ମାନଙ୍କୁ ଏଠାରେ ନିଯୁକ୍ତି ବି ଦିଆଯାଉଛି ସେମାନେ ଏଠିକାର ବାସିନ୍ଦା ନଥିବାରୁ ଅନେକ କଥା ଜାଣିନାହାନ୍ତି । ଯାହାଫଳରେ ବହୁ ମୂଲ୍ୟବାନ ଡକ୍ୟୁମେଣ୍ଟେ ଫେରି ଯାଉଛି । ଏନେଇ ବାରମ୍ବାର ଅଭିଯୋଗ ହେବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ତେଣୁ ‘‘ସରକାର ଆମ ଅନୁରୋଧକୁ ରକ୍ଷା କରନ୍ତୁ । ଏଠାରେ ତୁରନ୍ତ ଏକ ସ୍ଥାୟୀ ସବରେଜିଷ୍ଟାର ନିଯୁକ୍ତି କରନ୍ତୁ । ବ୍ରହ୍ମପୁରରେ ଯେଉଁ ବେଞ୍ଚ ମାର୍କ ମୂଲ୍ୟାୟନ ହୋଇଛି ତାହା ଓଡ଼ିଶାର କୌଣସି ସହରରେ ହୋଇ ନାହିଁ । ତେଣୁ ଅନ୍ୟାନ୍ୟ ସହରରେ ଯେଉଁ ଭଲି ଭାବେ ମୂଲ୍ୟାୟନ ହୋଇଛି ସେହିପରି ଭାବେ ଏଠାରେ ମଧ୍ୟ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ସରକାର ନିର୍ଦ୍ଦେଶ ଦିଅନ୍ତୁ’’ ବୋଲି ଦଲିଲ ଲେଖକ ସଙ୍ଘ କହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details