ଓଡିଶା

odisha

ETV Bharat / city

ମୁହଁରେ କପଡା ବାନ୍ଧି ଇଞ୍ଜିନିୟରିଂ ଛାତ୍ରୀଙ୍କ ଆନ୍ଦୋଳନ - ଆନ୍ଦୋଳନ

ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଥିବା ସରକାରୀ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଛାତ୍ରୀ ଆନ୍ଦୋଳନ । ଏଠାରେ ଛାତ୍ରୀମାନେ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 21, 2019, 3:01 PM IST

Updated : Aug 21, 2019, 7:23 PM IST

ବ୍ରହ୍ମପୁର: ଇଞ୍ଜିନିୟରିଂ କଲେଜର ଛାତ୍ରୀମାନେ ନିଜ ମୁହଁରେ କପଡା ବାନ୍ଧି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଭଳି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଥିବା ସରକାରୀ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ । ଏନେଇ ଆମ ସମ୍ବାଦଦାତା ଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସରକାରୀ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ରହିଛି ଅନେକ ସମସ୍ୟା । ମୁଖ୍ୟତଃ ମହାବିଦ୍ୟାଳୟରେ ରହିଥିବା ଛାତ୍ରୀ ନିବାସରେ ପାନୀୟଜଳ ଠାରୁ ଆରମ୍ଭ କରି ପ୍ରଦାନ କରାଯାଉଥିବା ଖାଦ୍ୟରେ ପୋକ ବାହାରୁଛି । ଏପରିକି ଛାତ୍ରୀମାନେ ଗାଧୋଇବା ପାଣିକୁ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି । ଛାତ୍ରୀମାନଙ୍କ କହିବାନୁୟାୟୀ ଏହା ଏବେର ସମସ୍ୟା ନୁହେଁ । ପୂର୍ବରୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଥିଲେ ସୁଦ୍ଧା ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି । ଖାଲି ମିଳୁଛି ମିଥ୍ୟା ପ୍ରତିଶୃତି । ଗତବର୍ଷ ଅକ୍ଟୋବର ମାସରେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଥିଲେ । କିନ୍ତୁ ଏପର୍ଯ୍ୟନ୍ତ କିଛି ବି ସମସ୍ୟାର ସମାଧାନ ହୋଇନାହିଁ । ହଷ୍ଟେଲ କେୟାର ଟେକର, ୱାଡେନ, ପ୍ରିନ୍ସିପାଲ କେହି ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ତେବେ ଏନେଇ ଛାତ୍ରୀମାନେ ବାଧ୍ୟ ହୋଇ ମୁହଁରେ କପଡ଼ା ବାନ୍ଧି ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 21, 2019, 7:23 PM IST

ABOUT THE AUTHOR

...view details