ବ୍ରହ୍ମପୁର: ନିଆଁର ଆଁରେ ଜଳିଯାଇଛି ବର୍ଷ ତମାମ ହାଡଭଙ୍ଗା ପରିଶ୍ରମର ମୂଲ୍ୟ । ଧାନ ଖଳାରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୩୦ ଭରଣର ଧାନ ପୋଡି ନଷ୍ଟ ହୋଇଯାଇଥିବାର ଜଣାପଡିଛି। ରବିବାର ସକାଳ ସମୟରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ମହାନଳା ଗ୍ରାମର ସନ୍ତୋଷୀ ମାଆ ମନ୍ଦିର ସାହିରେ ରହିଥିବା ଏକ ଖଳାରେ ନିଆଁ ଲାଗିଯାଇଥିଲା । ଫଳରେ ଖଳାରେ ରହିଥିବା ଧାନ ଫସଲ ଜଳି ପୋଡି ନଷ୍ଟ ହୋଇଯାଇଛି।
ଧାନଖଳାରେ ଅଗ୍ନିକାଣ୍ଡ, ୩୦ ଭରଣର ଧାନ ପୋଡି ପାଉଁଶ - fire news
ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ମହାନଳା ଗ୍ରାମର ସନ୍ତୋଷୀ ମାଆ ମନ୍ଦିର ସାହି ନିକଟରେ ଏକ ଧାନ ଖଳାରେ ନିଆଁ ଲାଗି ୩୦ ଭରଣର ଧାନ ପୋଡି ନଷ୍ଟ ହୋଇଯାଇଛି ।
ଧାନଖଳାରେ ଅଗ୍ନିକାଣ୍ଡ, ୩୦ ଭରଣର ଧାନ ପୋଡି ନଷ୍ଟ
ସର୍ଟସର୍କିଟ କାରଣରୁ ଏପରି ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ରବି ସ୍ବାଇଁ ନାମକ ଜଣେ ଭାଗ ଚାଷୀଙ୍କର ଧାନ ପୋଡି ଯାଇଛି। ମୁଖ୍ୟତଃ ଧାନ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଗତକାଲି ରାତ୍ର ସମୟରେ ଇଲେକ୍ଟ୍ରିକାଲ ଟ୍ରେସର ମେସିନରେ ଧାନ ବାହାର କରାଯାଉଥିବା ବେଳେ ହଠାତ ନିଆଁ ଲାଗିଯାଇ ଏଭଳି ଘଟିଥିବା କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ