ଓଡିଶା

odisha

ETV Bharat / city

'ଦାଗ ଲାଗିଛି ଲିଭିଯିବ, ଦେଶ ପାଇଁ ମେଡାଲ ଜିତିବା ମୋ ଲକ୍ଷ୍ୟ' - ରବି କୁମାରଙ୍କ ପ୍ରତିକ୍ରିୟା

ଡୋପ୍ ଟେଷ୍ଟରେ ବିଫଳ ହେବାପରେ ୪ ବର୍ଷ ପାଇଁ ଭାରଉତ୍ତୋଳନକାରୀ ରବି କୁମାରଙ୍କୁ ବାସନ୍ଦାଦେଶ ମିଳିଛି । ଏ ନେଇ କେ.ରବି କୁମାରଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ...

କେ.ରବି କୁମାର

By

Published : Nov 5, 2019, 2:14 PM IST

Updated : Nov 5, 2019, 2:58 PM IST

ବ୍ରହ୍ମପୁର: ସିନିୟର ଚମ୍ପିଆନସିପ୍‌ ନ୍ୟାସନାଲ୍‌ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି (NADA) ପକ୍ଷରୁ କରାଯାଇଥିବା ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଆନ୍ତର୍ଜାତୀୟ ଭାରତ୍ତୋଳକ କେ.ରବି କୁମାରଙ୍କୁ NADA ପକ୍ଷରୁ ଚାରି ବର୍ଷ ପାଇଁ ବାସନ୍ଦ କରାଯାଇଛି ।

ଗତ ଫେବୃୟାରୀରେ ବିଶାଖାପାଟଣାରେ ହୋଇଥିବା ଡୋପ୍ ଟେଷ୍ଟରେ ରବି କୁମାରଙ୍କୁ ପଜିଟିଭ ଦର୍ଶାଯାଇଛି । ତେବେ NADAର ଏଭଳି ପଦକ୍ଷେପ ପରେ ୨୦୨୦ ଟୋକିଓ ଅଲିମ୍ପିକ ଖେଳିବାରୁ ବଞ୍ଚିତ ହେବା ନେଇ ସମ୍ଭାବାନ ସୃଷ୍ଟି ହୋଇଛି ।

କେ.ରବି କୁମାରଙ୍କ ସହ ସାକ୍ଷାତକାର

ବ୍ରହ୍ମପୁରର ପୁଅ ରବି କୁମାର ପୂର୍ବରୁ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୬୯ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିବା ସହ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେପଟେ ପୂର୍ବରୁ ଯେଉଁ ପ୍ରଡକ୍ଟ ବ୍ୟବହାର କରି ୨୦୧୮ ର ଡୋପ୍ ଟେଷ୍ଟରେ କୃତକାର୍ଯ୍ୟ ହୋଇଥିଲେ଼ ୨୦୧୯ ରେ ପ୍ରଡକ୍ଟ ବ୍ୟବହାର କରିବାକୁ ବେଆଇନ କରାଯାଇଛି । ଏନେଇ ସେ ପୂର୍ବରୁ ନାଡାର ପ୍ୟାନେଲର ଆଶ୍ରୟ ନେଇଥିବା ବେଳେ ସେ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି । ଏହି ଅବସରରେ ଭାରତ୍ତୋଳକ କେ.ରବି କୁମାର ଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Nov 5, 2019, 2:58 PM IST

ABOUT THE AUTHOR

...view details