ବ୍ରହ୍ମପୁର: ରେଳ ଷ୍ଟେସନରେ ଉଦଘାଟିତ ହେଲା ୱାନ୍ ଷ୍ଟେସନ ୱାନ୍ ପ୍ରଡକ୍ଟ କେନ୍ଦ୍ର । ଗ୍ରାମାଞ୍ଚଳରେ ରହୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଘରୋଇ ଉତ୍ପାଦନ ଓ ସାମଗ୍ରୀର ବ୍ୟବସାୟ ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । ରେଳଷ୍ଟେସନର ଚାରି ନମ୍ବର ପ୍ଳାଟଫର୍ମରେ ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ ଏହି କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଗଞ୍ଜାମ ଜିଲ୍ଲା ପରିଷଦର ଚିଫ୍ ଡେଭଲପମେଣ୍ଟ ଅଧିକାରୀ ବି.କିର୍ତ୍ତିଭାଶନ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାରା ଦେଶରେ ପହଞ୍ଚିବ ଗଞ୍ଜାମ ଗୃହିଣୀଙ୍କ ହାତ ତିଆରି ଆଚାର ଓ ପାମ୍ପଡ - ବ୍ରହ୍ମପୁର ରେଳଷ୍ଟେସନ
ସାରା ଦେଶରେ ପହଞ୍ଚିବ ବ୍ରହ୍ମପୁରର ଆଚାର ଓ ପାମ୍ପଡ । ଏନେଇ ବ୍ରହ୍ମପୁର ରେଳ ଷ୍ଟେସନରେ ଉଦଘାଟିତ ହେଲା ୱାନ୍ ଷ୍ଟେସନ ୱାନ୍ ପ୍ରଡକ୍ଟ କେନ୍ଦ୍ର । ଅଧିକ ପଢନ୍ତୁ
ବ୍ରହ୍ମପୁର ରେଳଷ୍ଟେସନରେ ଉଦଘାଟିତ ହେଲା 'ୱନ୍ ଷ୍ଟେସନ ୱନ୍ ପ୍ରଡକ୍ଟ କେନ୍ଦ୍ର'
ମହିଳାମାନଙ୍କୁ ସ୍ବାବଲମ୍ବୀ ତଥା ରୋଜଗାରକ୍ଷମ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିବା ଦେଖାଯାଇଛି । ବ୍ରହ୍ମପୁରର ଆଚାର ଓ ପାମ୍ପଡର ସ୍ବତନ୍ତ୍ର ଚାହିଦା ରହିଛି । ସେଥିପାଇଁ ୱାନ୍ ଷ୍ଟେସନ ୱାନ୍ ପ୍ରଡକ୍ଟ କେନ୍ଦ୍ର ଜରିଆରେ ଏହା ରେଳଷ୍ଟେସନରେ ସାରା ଦେଶକୁ ପହଞ୍ଚିବାରେ ଅନେକ ସକ୍ଷମ ହୋଇପାରିବ ବୋଲି କୁହାଯାଇଛି ।