ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନାର ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୨୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୫ କିଶୋର କିଶୋରୀ ରହିଥିବା ବେଳେ ୭୫ କ୍ବାରେଣ୍ଟାଇନ ସେଣ୍ଟର ଓ ୫୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୬ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୪, ବାଲେଶ୍ବରରୁ ୭, ବରଗଡରୁ ୨, ଭଦ୍ରକରୁ ୧, ବଲାଙ୍ଗୀରରୁ ୯,ବୌଦ୍ଧରୁ ୧, କଟକରୁ ୨, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୧୮, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧, ଯାଜପୁରରୁ ୪, ଝାରସୁଗୁଡାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।