ଓଡିଶା

odisha

ETV Bharat / city

ବ୍ରହ୍ମପୁର ଗସ୍ତରେ ଓଡିଶା ଜୁଡିସିଆଲ ଏକାଡେମୀର ପ୍ରତିନିଧି ଦଳ - odisha judicial academy team

ଓଡିଶା ଜୁଡିସିଆଲ ଏକାଡେମୀର ତରଫରୁ ଏକ ୨୬ ଜଣିଆ ପ୍ରତିନିଧି ଦଳ ବ୍ରହ୍ମପୁର ସହରର ବାଳ ସୁଧାର ଗୃହ ଏବଂ ବାଳାଶ୍ରମ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ....

ବ୍ରହ୍ମପୁର ଗସ୍ତରେ ଓଡିଶା ଜୁଡିସିଆଲ ଏକାଡେମୀର ପ୍ରତିନିଧି ଦଳ
ବ୍ରହ୍ମପୁର ଗସ୍ତରେ ଓଡିଶା ଜୁଡିସିଆଲ ଏକାଡେମୀର ପ୍ରତିନିଧି ଦଳ

By

Published : Feb 14, 2020, 3:19 AM IST

Updated : Feb 14, 2020, 4:30 AM IST

ବ୍ରହ୍ମପୁର: ଓଡିଶା ଜୁଡିସିଆଲ ଏକାଡେମୀର ତରଫରୁ ଏକ ୨୬ ଜଣିଆ ପ୍ରତିନିଧି ଦଳ ବ୍ରହ୍ମପୁର ସହରର ବାଳ ସୁଧାର ଗୃହ ଏବଂ ବାଳାଶ୍ରମ ପରିଦର୍ଶନ କରିଛନ୍ତି । ଏହି ଟିମରେ ୧୪ ଜିଲ୍ଲାରୁ ୧୨ ଜଣ ମହିଳା ପ୍ରତିନିଧି ରହିଥିବା ବେଳେ ୧୪ ଜଣ ପୁରୁଷ ସଦସ୍ୟ ରହିଥିଲେ ।

ବ୍ରହ୍ମପୁର ଗସ୍ତରେ ଓଡିଶା ଜୁଡିସିଆଲ ଏକାଡେମୀର ପ୍ରତିନିଧି ଦଳ

ଜୁଡିସିଆଲ ଏପଇଣ୍ଟମେଣ୍ଟ ଟ୍ରେନିଙ୍ଗର ଏହା ଗୋଟିଏ ଅଂଶ ହୋଇଥିବା ବେଳେ ସୁଧାର ଗୃହରେ ପିଲାମାନେ କିପରି ରୁହନ୍ତି ଏବଂ ସରକାରଙ୍କ ସମସ୍ତ ସୁବିଧା ସେମାନଙ୍କ ନିକଟରେ ପହଞ୍ଚୁଛି କି ନାହିଁ ତାହାକୁ ଅନୁଧ୍ୟାନ କରିଥିଲେ ଏହି ସଦସ୍ୟ ।

ଏହି ଦଳ ପ୍ରଥମେ ବ୍ରହ୍ମପୁର ବାଳକ ଓ ମହିଳା ସୁଧାର ଗୃହ ବୁଲିବା ପରେ ଉତ୍କଳ ବାଳାଶ୍ରମ ବୁଲି ଦେଖିଥିଲେ । ବ୍ରହ୍ମପୁରର ଉଭୟ ସ୍ଥାନରେ ସମସ୍ତ ବ୍ୟବସ୍ଥା ଠିକ୍ ଚାଲିଥିବା ବେଳେ ଅନ୍ତେବାସୀ ଉନ୍ନତ ମାନର ସେବା ପାଉଥିବା ସେମାନେ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 14, 2020, 4:30 AM IST

ABOUT THE AUTHOR

...view details