ଓଡିଶା

odisha

ETV Bharat / city

Berhampur Couple Saga: ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ରାଜ୍ୟପାଳ - odisha governor on Tapaswini-Sumit Marital Discord case

ତପସ୍ବିନୀ-ସୁମିତ ପାରିବାରିକ ବିବାଦ ମାମଲା । ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ରାଜ୍ୟପାଳ । ପୂର୍ବରୁ ତପସ୍ବିନୀ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖି ନ୍ୟାୟ ଭିକ୍ଷା କରିଥିଲେ । ଅଧିକ ପଢନ୍ତୁ

Berhampur Couple Saga: ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲା ରାଜ୍ୟପାଳଙ୍କ କାର୍ଯ୍ୟାଳୟ
Berhampur Couple Saga: ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲା ରାଜ୍ୟପାଳଙ୍କ କାର୍ଯ୍ୟାଳୟ Berhampur Couple Saga: ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲା ରାଜ୍ୟପାଳଙ୍କ କାର୍ଯ୍ୟାଳୟ

By

Published : Dec 23, 2021, 10:56 AM IST

ବ୍ରହ୍ମପୁର:ତପସ୍ବିନୀ-ସୁମିତ ପାରିବାରିକ ବିବାଦ ମାମଲା । ନିଜର ହକ ପାଇଁ ଗତ ଏକ ମାସ ହେଲା ବ୍ରହ୍ମାନଗର ଅଞ୍ଚଳର ଧାରଣାରେ ବସିଛନ୍ତି ତପସ୍ବିନୀ । ଏହି ପ୍ରସଙ୍ଗରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗଲେ ରାଜ୍ୟପାଳ । ଆଜି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ଏହି ମାମଲାର ରିପୋର୍ଟ ମଗାଯାଇଛି । ତପସ୍ବିନୀ ଦାଶଙ୍କ ଅଭିଯୋଗ ଉପରେ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ କ'ଣ ପଦକ୍ଷେପ ନିଆଯାଇଛି ତାହାର ରିପୋର୍ଟ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ଜିଲ୍ଲାପାଳଙ୍କୁ ମଗାଯାଇଛି ।

ପୂର୍ବରୁ ତପସ୍ବିନୀ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖି ନ୍ୟାୟ ଭିକ୍ଷା କରିଥିଲେ । ସେହି କ୍ରମରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ତପସ୍ବିନୀଙ୍କ ମାମଲାକୁ ନେଇ ଜିଲ୍ଲାପାଳଙ୍କୁ ଆକ୍ସନ ଟେକେନ ରିପୋର୍ଟ ମଗାଯାଇଥିବା ସୂଚନା ମିଳିଛି । ଏପଟେ ଶ୍ୱଶୂର ଘରେ ରହିବାକୁ ଅନୁମତି ଦେବାକୁ ବ୍ରହ୍ମପୁର SDJM କୋର୍ଟରେ ତପସ୍ବିନୀଙ୍କ ପକ୍ଷରୁ ଏକ ପିଟିସନର ଦାୟର କରାଯାଇଥିବା ବେଳେ ଏହାର ରାୟ ମିଳିବା ପରେ ଏହାକୁ ନେଇ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତର ପୁଣି ଏକ ଅପିଲ କରାଯାଇଛି ।

ପ୍ରେମ ପରେ ଆଇନଗତ ବିବାହ ଓ ତା ପରେ ପ୍ରତାରଣାର ଶିକାର ହୋଇଥିବା ତପସ୍ବିନୀ ଗତ ୨୨ ତାରିଖରେ ବ୍ରହ୍ମପୁର ବ୍ରହ୍ମାନଗର ଦ୍ଵିତୀୟ ଗଳି ସ୍ଥିତ ନିଜ ଶ୍ୱଶୂର ଘର ସମ୍ମୁଖରେ ନବବଧୂ ବେଶରେ ଧାରଣାରେ ବସିଥିଲେ । ଏହା ପୂର୍ବରୁ ୨୦ ତାରିଖରେ ନିଜ ଅଭିଯୋଗପତ୍ର କୁ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀଙ୍କ ନିକଟକୁ ପଠାଇଥିଲେ । ପରେ ଉତ୍ତ୍ୟକ୍ତ ମହିଳା ଶ୍ବଶୁର ଘର ମୁଖ୍ୟ ଫାଟକକୁ ଭାଙ୍ଗିବା ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଠାରୁ ବ୍ରହ୍ମାନଗରରେ ୧୪୪ ଧାରା ଜାରି କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details