ଓଡିଶା

odisha

ETV Bharat / city

ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ଓଡିଶା କୃଷକ ସଭା - ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌

ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭା ପକ୍ଷରୁ ବ୍ରହ୍ମପୁର ସହରରେ ବିକ୍ଷୋଭ କରାଯାଇଛି । ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

odisha farmer association's protest, berhampur latest news, farmer's demand for better facilities, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ଆନ୍ଦୋଳନରେ ଓଡିଶା କୃଷକ ସଭା
ଆନ୍ଦୋଳନରେ ଓଡିଶା କୃଷକ ସଭା

By

Published : Dec 5, 2019, 8:27 PM IST

ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭା ପକ୍ଷରୁ ବ୍ରହ୍ମପୁର ସହରରେ ବିକ୍ଷୋଭ କରାଯାଇଛି । ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ସମସ୍ତ ଚାଷୀଙ୍କଠାରୁ ସରକାରୀ ଘୋଷଣା ପ୍ରକାରେ ଧାନ କ୍ବିଣ୍ଟାଲ 1815 ଓ 1865 ଟଙ୍କାରେ ଧାନମଣ୍ଡି ଖୋଲି କ୍ରୟ କରାଯିବା, ଅଦିନିଆ ବର୍ଷା ଓ ବୁଲବୁଲ ବାତ୍ୟା ପରିସ୍ଥିତି ଯୋଗୁଁ ଏଫ୍.ଏ.କ୍ୟୁ ମାନ ଉଠାଇ ଦିଆଯାଉ ବୋଲି ଦାବି ହୋଇଥିଲା।

ଆନ୍ଦୋଳନରେ ଓଡିଶା କୃଷକ ସଭା

ଭାଗଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉ, ଧାନ ବିକ୍ରିରୁ ଲାଭ ଧାନ ଚାଷୀଙ୍କୁ ପୈଠ କରାଯାଉ, ଫସଲ ବୀମା ଟଙ୍କା ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଦାନ କରିବା, 60ବର୍ଷରୁ ଉର୍ଦ୍ଧ୍ବ ବୟସର କୃଷକମାନଙ୍କୁ 5 ହଜାର ଟଙ୍କା ପେନସନ୍ ଦିଆଯିବା, ସମସ୍ତ କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ସ୍ବାମୀନାଥନ କମିଶନ ସୁପାରିଶ ପ୍ରକାରେ ଘୋଷଣା କରି ସଂଗ୍ରହ କରିବା, କାଳିଆ ଯୋଜନା ଟଙ୍କା ସମସ୍ତ ଚାଷୀଙ୍କୁ ଯୋଗାଇ ଦିଆଯିବା, ଆଧାରକାର୍ଡ ଲିଙ୍କ୍ କଟକଣା ଯୋଗୁଁ ରାସନ କାର୍ଡରୁ ବାଦ ପଡିଥିବା ହିତାଧିକାରୀଙ୍କୁ ତୁରନ୍ତ ରାସନକାର୍ଡ ଯୋଗାଇ ଦିଆଯିବା ସହ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରି ଆଦିବାସୀଙ୍କୁ ପଟ୍ଟା ଓ ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରିବାକୁ ଦାବି କରାଯାଇଛି ।

ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ମଧ୍ୟ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details