ଓଡିଶା

odisha

south korea ଯିବେ ବିଶ୍ୱଜିତ: କର୍କଟ ରୋଗରେ ସାମୁଦ୍ରିକ ଶୈବାଳର ଗୁଣବତା ପାଇଁ କରିବେ ଅଧିକ ଗବେଷଣା

ଦୂର ହେବ କର୍କଟ ଓ ମଧୁମେହ ରୋଗ ପରି ଦୂରାରୋଗ ! କାହିଁକିନା ଶୈବାଳର ବିବିଧତା ଓ ଔଷଧିୟ ଗୁଣ ସମ୍ପର୍କରେ ଅଧିକ ଗବେଷଣା ପାଇଁ ସାଉଥ କୋରିଆ ଯିବେ ଓଡିଆ ପୁଅ । ଯାହା ରାଜ୍ୟ ପାଇଁ ଆଣିଛି ବଡ ଗୌରବ । ଅଧିକ ପଢନ୍ତୁ

By

Published : Nov 19, 2021, 10:25 PM IST

Published : Nov 19, 2021, 10:25 PM IST

କୋରିଆ ଯିବେ ଓଡିଆ ପୁଅ ବିଶ୍ୱଜିତ: କର୍କଟ ରୋଗରେ ସାମୁଦ୍ରିକ ଶୈବାଳର ଗୁଣବତା ପାଇଁ କରିବେ ଅଧିକ ଗବେଷଣା
କୋରିଆ ଯିବେ ଓଡିଆ ପୁଅ ବିଶ୍ୱଜିତ: କର୍କଟ ରୋଗରେ ସାମୁଦ୍ରିକ ଶୈବାଳର ଗୁଣବତା ପାଇଁ କରିବେ ଅଧିକ ଗବେଷଣା

ବ୍ରହ୍ମପୁର:ସାମୁଦ୍ରିକ ଶୈବାଳରୁ କିପରି ମିଳିପାରିବ କର୍କଟ ଓ ମଧୁମେହ ରୋଗର ନିବାରଣ ଶକ୍ତି ? ଉଭୟ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ସାମୁଦ୍ରିକ ଶୈବାଳ(ଶିଉଳି)ରେ ଔଷଧୀୟ ଗୁଣବତା ରହିଛି କି ? ତାହାକୁ ନେଇ ଦୀର୍ଘ ସାତ ବର୍ଷ ଧରି ପରୀକ୍ଷାଗାରରେ ଅନେକ ଗବେଷଣା କରି ଆସିଥିବା ଓଡ଼ିଆ ଯୁବ ବୈଜ୍ଞାନିକଙ୍କୁ ଅଧିକ ଗବେଷଣା କରିବା ପାଇଁ ସାଉଥ କୋରିଆ ଯିବାକୁ ମିଳିଛି ସୁଯୋଗ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ଗବେଷଣା କରି ଆସୁଥିବା ବିଶ୍ୱଜିତ ପ୍ରଧାନଙ୍କୁ ମିଳିଛି ଏପରି ସୁଯୋଗ ।

କୋରିଆ ଯିବେ ଓଡିଆ ପୁଅ ବିଶ୍ୱଜିତ: କର୍କଟ ରୋଗରେ ସାମୁଦ୍ରିକ ଶୈବାଳର ଗୁଣବତା ପାଇଁ କରିବେ ଅଧିକ ଗବେଷଣା

କୋଭିଡ ସମୟରେ ଦିନ ରାତି ଏକ କରି ନିଜର ଏହି ଗବେଷଣାକୁ ଆଗେଇ ନେଇଥିଲେ ସେ । ପରେ ଏ ସଫଳତା ତାଙ୍କୁ ମିଳିଥିଲା । ଆନ୍ତର୍ଜାତୀୟ ସ୍ତରର ଜର୍ଣ୍ଣାଲରେ ପ୍ରାୟ ୨୫ ଗୋଟି ରିସର୍ଚ୍ଚ ପେପର ପ୍ରକାଶ ପାଇବା ପରେ ଏଭଳି ସଫଳତା ପାଇବା ସହ ଦକ୍ଷିଣ କୋରିଆସ୍ଥିତ ସଂଗମାୟୁଙ୍ଗ ବିଶ୍ୱବିଦ୍ୟାଳୟରେ ଗବେଷଣା କରିବାର ସୁଯୋଗ ମିଳିଛି । ସେଠାରେ ସେ ସାମୁଦ୍ରିକ ଶୈବାଳର ଔଷଧୀୟ ଉପକାରିତା ବିଷୟରେ ଅଧିକ ଗବେଷଣା ପ୍ରଫେସର ଯାଙ୍ଗ ସିୟୁକିଙ୍କ ଅଧୀନରେ କରିବେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବିଭାଗର ମୃତ୍ୟୁଞ୍ଜୟ ଜେନାଙ୍କ ଅଧୀନରେ ସେ ଗବେଷଣା କରିଆସୁଛନ୍ତି । ବିଶ୍ବଜିତ ଏଭଳି ସଫଳତାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବେଶ ଖୁସି ।

ଆସନ୍ତା ୩ ବର୍ଷ ପାଇଁ ବିଶ୍ବଜିତ ସାଉଥ କୋରିଆର ସଂଗମାୟୁଙ୍ଗ ୟୁନିଭରସିଟିରେ ରହିବେ । ସେଠାରେ ପୋଷ୍ଟ ଡକ୍ଟରେଟ ପାଇଁ ଏଭଳି ଗବେଷଣା କରିବେ । ପୂର୍ବରୁ ବିଶ୍ବଜିତ ମୁଖ କର୍କଟ ରୋଗର ନିବାରଣ ଶକ୍ତି ବିଷୟରେ ବି କରିଥିଲେ ଗବେଷଣା । କିନ୍ତୁ ଆଗାମୀ ଦିନରେ ଅନ୍ୟ କର୍କଟ ରୋଗ ପ୍ରତିରୋଧକ ଔଷଧ ଜ୍ଞାନ କୌଶଳ ପାଇଁ ସେ କାର୍ଯ୍ୟ କରିବେ । ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ପାଇଁ ତାଙ୍କୁ ଏ ସଫଳତା ମିଳିଛି ।

ବିଶ୍ୱଜିତଙ୍କୁ ୩ ଟି ଦେଶର ବିଶ୍ବ ବିଦ୍ୟାଳୟରୁ ଅଧିକ ଗବେଷଣା ପାଇଁ ସୁଯୋଗ ମିଳିଥିଲା । କିନ୍ତୁ ସେ ସାଉଥ କୋରିଆର ସଂଗମାୟୁଙ୍ଗ ବିଶ୍ୱବିଦ୍ୟାଳୟକୁ ବାଛିଥିଲେ । ଅନୁଗୁଳର ମାନ୍ଧତା ଗାଁରେ ବିଶ୍ବଜିତଙ୍କ ଘର । ବାପା କୌରବ ଚନ୍ଦ୍ର ଓ ମାଆ ସୌଭାଗିନି ପୁଅର ଏଭଳି କୃତିତ୍ବ ନେଇ ବେଶ ଖୁସିଥିବା କହିଛନ୍ତି । ବିଶ୍ୱଜିତ ଚଳିତବର୍ଷ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଡକ୍ଟରେଟ ଉପାଧି ମଧ୍ୟ ପାଇଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details