ଓଡିଶା

odisha

ETV Bharat / city

ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲା ଓଡିଆ ପୁସ୍ତକ 'ଅକ୍ଷରା'

ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲା ଓଡିଆ କବିତା ପୁସ୍ତକ "ଅକ୍ଷରା"। ଗଞ୍ଜାମ ଜିଲ୍ଲାର ଶିକ୍ଷକ କୁଳମଣି ସାହୁ ଓଡ଼ିଶା ପାଇଁ ଏହି ଗୌରବ ଆଣି ଦେଇଛନ୍ତି । ଅଧିକ ପଢ଼ନ୍ତୁ...

By

Published : Nov 30, 2020, 7:43 PM IST

ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲା ଓଡିଆ ପୁସ୍ତକ 'ଅକ୍ଷରା'
ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲା ଓଡିଆ ପୁସ୍ତକ 'ଅକ୍ଷରା'

ବ୍ରହ୍ମପୁର:ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲା ଓଡ଼ିଆ କବିତା ପୁସ୍ତକ "ଅକ୍ଷରା" । ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳର ଜଣେ ଶିକ୍ଷକ ଏହି ପୁସ୍ତକ ରଚନା କରିଛନ୍ତି । ଏହି ପୁସ୍ତକ ବର୍ତ୍ତମାନ ଓଡ଼ିଆ ସାହିତ୍ୟକୁ ନେଇ ସର୍ବଭାରତୀୟ ସ୍ତରରେ ନୂତନ ପରିଚୟ କରିଛି । ଓଡିଆ ବର୍ଣ୍ଣମାଳାର ୪୧ ଟି ଅକ୍ଷରକୁ ନେଇ ଅକ୍ଷରା ରଚନା ହୋଇଥିବା ନେଇ କହିଛନ୍ତି ପୁସ୍ତକ ରଚୟତା କୁଳମଣି ସାହୁ।

ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲା ଓଡିଆ ପୁସ୍ତକ 'ଅକ୍ଷରା'

କୁଳମଣି ସାହୁ ଗଞ୍ଜାମ ଜିଲ୍ଲା ପୋଲସରା ହାତୀଓଟ ନୋଡାଲ ହାଇସ୍କୁଲର ଜଣେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ମଧ୍ୟ ସେ ବହୁ ନାଟକ, ଗଳ୍ପ ଓ ଗୀତି କବିତା ରଚନା କରିସାରିଛନ୍ତି। ତେବେ ଏହି ପୁସ୍ତକ ତାଙ୍କର ଏକ ଅନନ୍ୟ ରଚନା ଥିଲା। ଏଥିରେ ରଚନା କରଯାଇଥିବା କବିତାଗୁଡ଼ିକର ଏକ ବିଶେଷତ୍ବ ରହିଛି। ଗୋଟିଏ ଅକ୍ଷରରେ କବିତା ଆରମ୍ଭ ହୋଇଥିବା ବେଳେ ସେହି ଅକ୍ଷରରେ କବିତା ଶେଷ ହୋଇଛି । ଏହି ପୁସ୍ତକରେ ପୁରାଣଠାରୁ ଆରମ୍ଭ କରି ଇତିହାସ, ପ୍ରକୃତି ଓ ସାମାଜିକ ମୂଲ୍ୟବୋଧକୁ କବିତାର ପ୍ରସଙ୍ଗ ଭାବରେ ନିଆଯାଇଛି। ଏହି ପୁସ୍ତକର ପ୍ରତ୍ୟେକ କବିତାର ଶୀର୍ଷକ ଏବଂ ସମସ୍ତ ଧାଡିର ଆରମ୍ଭରେ ସେହି ଗୋଟିଏ ଅକ୍ଷର ବିନା ମାତ୍ରାରେ ବ୍ୟବହୃତ ହୋଇଛି।

"ଅକ୍ଷରା"କୁ ଲେଖିବା ପାଇଁ କୁଳମଣିଙ୍କୁ 28 ଦିନ ସମୟ ଲାଗିଥିଲା। ପାରମ୍ପରିକ ଛନ୍ଦୋବଦ୍ଧ କବିତା ରଚନା କରିଥିବା ପୁସ୍ତକ "ଅକ୍ଷରା" ବର୍ଣ୍ଣମାଳାର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି । ଏହାପରେ ପରିବାରରେ ଖୁସିର ଲହରି ଖେଳି ଯାଇଛି। ଏହି କୃତିତ୍ବ ପରେ କୁଳମଣିଙ୍କ ପାଖକୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି। ଅକ୍ଷରା ପୁସ୍ତକ ରଚନା କରିଥିବାରୁ ଗଞ୍ଜାମ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ କୁଳମଣିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଭଳି ସଫଳତା ପାଇବା ପରେ ସେ ବେଶ ଖୁସି ରହିଛନ୍ତି ଶିକ୍ଷକ କୂଳମଣି ସାହୁ।

ପିଲାଟି ଦିନରୁ ଓଡିଆ କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି କୂଳମଣିଙ୍କ ପ୍ରବଳ ଆଗ୍ରହ ରହିଥିଲା। ଶିକ୍ଷକତା କରିବା ସହ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ବିଭିନ୍ନ କାର୍ଯ୍ୟ ଜାରି ରଖିଛନ୍ତି। ଏଭଳି ଶୀର୍ଷକ ଓ କବିତାକୁ ନେଇ ଆଗାମୀ ଦିନରେ ସେ ବିଶ୍ବ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ..

ABOUT THE AUTHOR

...view details