ଓଡିଶା

odisha

ETV Bharat / city

ନୂଆବର୍ଷରେ ନୂଆ ଭେଟି, ଆସୁଛି ଓଡିଆ ଓ ପଞ୍ଜାବୀ ମିକ୍ସ ଆଲବମ - ବ୍ରହ୍ମପୁର ଲାଟେଷ୍ଟ ମନୋରଞ୍ଜନ ଖବର

ନୂଆବର୍ଷରେ ଓଡିଶାବାସୀଙ୍କ ପାଇଁ ଆସୁଛି ନୂଆ ଭେଟି । ପ୍ରଥମଥର ପାଇଁ ନିର୍ମାଣ ହେବାକୁ ଯାଉଛି ଓଡିଆ ଓ ପଞ୍ଜାବୀ ମିକ୍ସରେ ଆଲବମ ଗୀତ ।

odia nad punjabi mix album, bilingual album shoot in berhampur, berhampur latest entertainment news, ଓଡିଆ ଓ ପଞ୍ଜାବୀ ମିକ୍ସ ଆଲବମ, ବ୍ରହ୍ମପୁର ଲାଟେଷ୍ଟ ମନୋରଞ୍ଜନ ଖବର, ବ୍ରହ୍ମପୁରରେ ପଞ୍ଜାବୀ ଗୀତ ସୁଟିଂ
ନୂଆବର୍ଷରେ ନୂଆ ଭେଟି, ଆସୁଛି ଓଡିଆ ଓ ପଞ୍ଜାବୀ ମିକ୍ସ ଆଲବମ

By

Published : Dec 20, 2019, 12:30 AM IST

ବ୍ରହ୍ମପୁର: ନୂଆବର୍ଷରେ ଓଡିଶାବାସୀଙ୍କ ପାଇଁ ଆସୁଛି ନୂଆ ଭେଟି । ପ୍ରଥମଥର ପାଇଁ ନିର୍ମାଣ ହେବାକୁ ଯାଉଛି ଓଡିଆ ଓ ପଞ୍ଜାବୀ ମିକ୍ସରେ ଆଲବମ ଗୀତ । ଏନେଇ ବ୍ରହ୍ମପୁର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୁହାଯାଉଥିବା ଗୋପାଳପୁରଠାରେ ଶେଷ ହୋଇଛି ଆଲବମର ସୁଟିଂ । ତେବେ ଗୀତଟିର ନାମ ରହିଛି ‘ଦିଲ୍‌କୋ ହର୍ଟ କର୍‌ଦା’ ।

ନୂଆବର୍ଷରେ ନୂଆ ଭେଟି, ଆସୁଛି ଓଡିଆ ଓ ପଞ୍ଜାବୀ ମିକ୍ସ ଆଲବମ

ଏନେଇ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗୀତର ନିର୍ଦ୍ଦେଶକ କୁରେଶ ମହାରଣା । ଆସନ୍ତା ଜାନୁଆରୀ ମାସରେ ରିଲିଜ କରାଯିବାକୁ ଯୋଜନା କରାଯାଇଥିବା ବେଳେ ଓଡିଆ ଏବଂ ପଞ୍ଜାବୀର ମିକ୍ସ ଗୀତକୁ ବଲିଓଡର ବରିଷ୍ଠ କଣ୍ଠଶିଳ୍ପୀ ନୀତି ମୋହନ ଓ ଉଦିତ ନାରାୟଣ ଗାଇଛନ୍ତି । ହାରାର ମୁଭିସ୍‌ ପ୍ରଡକସନ୍‌ ହାଉସ୍‌ର ଏହି ଗୀତର ସମସ୍ତ ସୁଟିଂ ଓଡିଶାର ଗୋପାଳପୁରଠାରେ କରାଯାଇଛି ।

ତେବେ ଏହି ଗୀତର ରେକର୍ଡିଂ ମାୟାନଗରୀ ମୁମ୍ବାଇର ୟସ୍‌ ରାଜ୍‌ ଷ୍ଟୁଡିଓରେ କରାଯାଉଛି । ଅନ୍ୟପଟେ ଗୀତଟି ଏକ ପଞ୍ଜାବୀ ଝିଅ ଓ ଓଡିଆ ପୁଅର ପ୍ରେମ ବିବାହ ପୂର୍ବରୁ ନିର୍ବନ୍ଧ ଘଟଣାକୁ ନେଇ ଆଧାରିତ ହୋଇଥିବା କହିଛନ୍ତି ନିର୍ଦ୍ଦେଶକ । ଏଥିରେ ବଲିଉଡର ଏଞ୍ଜେଲା କ୍ରିଶଲିନାଙ୍କ ଅଭିନୟ କରୁଥିବା ନଜର ଆସିବେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details